ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ଡେନ୍ମାର୍କ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ କାଂସ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ସେ ଉଭୟ ଏକକ ଓ ଯୁଗଳ ସେମିଫାଇନାଲ୍ ହାରିଯାଇଥିଲେ। ଏକକରେ ନିଜ ଯୁଗଳ ସାଥୀ ମନୋଜ ସରକାରଙ୍କଠୁ ୧୫-୨୧, ୧୬-୨୧ରେ ଏବଂ ଯୁଗଳରେ ୨୦-୨୨, ୧୫-୨୧ରେ ଅନ୍ୟତମ ଭାରତୀୟ ଯୋଡ଼ି ବିକ୍ରମ କୁମାର ଓ ସୁହାଶ ଲି’ଙ୍କଠୁ ପରାଜିତ ହୋଇଥିଲେ। ଦୁଇ କାଂସ୍ୟ ସହ ପ୍ରମୋଦ ନିଜ ମୋଟ ପଦକ ସଂଖ୍ୟା ୧୯ (୧୦ ଏକକ, ୯ ଯୁଗଳ)ରେ ପହଞ୍ଚାଇଛନ୍ତି। ସେଥିରେ ଏକକ ବର୍ଗରେ ୭ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୨ କାଂସ୍ୟ ଏବଂ ଯୁଗଳ ବର୍ଗରେ ୪ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ରହିଛି। ଏହି ପଦକ ବଳରେ ପ୍ରମୋଦ ପାରାଲିମ୍ପିକ୍ ଯୋଗ୍ୟତା ପଏଣ୍ଟ୍ ମାନ୍ୟତାରେ ୬୩୦୦ ପଏଣ୍ଟ୍ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଡାନିଏଲ୍ ବିଥେଲ (୩୭୭୦) ଦ୍ବିତୀୟ ଏବଂ ମନୋଜ ସରକାର (୩୧୮୦) ତୃତୀୟରେ ରହିଛନ୍ତି।
ଡେନ୍ମାର୍କ ପାରା ବ୍ୟାଡ୍ମିଣ୍ଟନ୍ରେ ପ୍ରମୋଦଙ୍କୁ ୨ କାଂସ୍ୟ
/sambad/media/post_attachments/wp-content/uploads/2019/10/zdfg65d64fg14g6d5s4g16d5s4g165ds14gdsgdsgsdagdsagfdsafgdsafdsfdsafdsaf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)