ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ଚଳିତ ଡେନ୍ମାର୍କ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ଉଭୟ ପୁରୁଷ ଏକକ ଓ ଯୁଗଳର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଡେନ୍ମାର୍କର କୋପେନ୍ହାଗେନ୍ରେ ଚାଲିଥିବା ଏହି ପ୍ରତିଯୋଗିତାର ଶୁକ୍ରବାର ଏକକ କ୍ବାର୍ଟର୍ ଫାଇନାଲ୍ରେ ଏହି ଭାରତୀୟ ତାରକା ୨୧-୧୧, ୨୨-୨୦ରେ ପେରୁର ପେଡ୍ରୋ ପାବ୍ଲୋ ଦେବିଦାଟିଏଙ୍କୁ ପରାସ୍ତ କରିଥିଲେ। ସେହିଭଳି ଯୁଗଳରେ ନିଜ ଦେଶର ମନୋଜ ସରକାରଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ୨୪-୨୨, ୨୧-୧୪ରେ ସ୍କଟ୍ଲାଣ୍ଡର ୱିଲିୟମ ଲିଅନ୍ ଓ କଲିନ ଲେସଲିଙ୍କୁ ହରାଇଥିଲେ। ଶନିବାର ଏକକ ସେମିଫାଇନାଲ୍ରେ ପ୍ରମୋଦ ନିଜ ଯୁଗଳ ସାଥୀ ମନୋଜଙ୍କୁ ଭେଟିବେ। ଯୁଗଳ ଫାଇନାଲ୍ ସ୍ଥାନ ଲାଗି ପ୍ର ମୋଦ-ମନୋଜ ଅନ୍ୟ ଏକ ଭାରତୀୟ ଯୋଡ଼ି ବିକ୍ରମ କୁମାର ଓ ସୁହାଷ ଲିଙ୍କ ସହ ଲଢ଼ିବେ।