ଭୁବନେଶ୍ବର: ଦିଲ୍ଲୀର ଫିରୋଜସାହା କୋଟଲା ଷ୍ଟାଡିୟମରେ ଚାଲିଥିବା ଦେଓଧର ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଦଳର ସଦସ୍ୟ ପପୁ ରୟଙ୍କ ଚମକ ଜାରି ରହିଥିବା ବେଳେ ତାଙ୍କ ଦଳ ଇଣ୍ଡିଆ ‘ସି’ ବିଜେତା ହୋଇଛି। ପଦାର୍ପଣରେ ୩ ୱିକେଟ୍ ନେବା ସେତ୍ତ୍ବ ବାହମାତୀ ସ୍ପିନର ପପୁଙ୍କୁ ପୂର୍ବ ମ୍ୟାଚ୍ରେ ସୁଯୋଗ ମିଳିନଥିଲା। କିନ୍ତୁ ଶନିବାର ଖେଳାଯାଇଥିବା ଫାଇନାଲରେ ପପୁ ପୁଣି ୩ ୱିକେଟ୍ ନେଇ ଦଳକୁ ବିଜେତା କରାଇବାରେ ନିଜର ପ୍ରମୁଖ ଅବଦାନ ରଖିଛନ୍ତି। ଅଜିଙ୍କ୍ୟ ରାହାଣେଙ୍କ ଇଣ୍ଡିଆ ‘ସି’ ଫାଇନାଲରେ ୨୯ ରନ୍ରେ ଶ୍ରେୟସ ଆୟରଙ୍କ ଇଣ୍ଡିଆ ‘ବି’କୁ ହରାଇ ଦେଇଥିଲା। ରାହାଣେ (୧୪୪) ଏବଂ ଈଶାନ କିଷନ (୧୧୪)ଙ୍କ ବ୍ୟକ୍ତିଗତ ଶତକ ଏବଂ ଦ୍ବିଶତକ ପ୍ରଥମ ୱିକେଟ୍ ଭାଗୀଦାରି (୨୧୦) ବଳରେ ଇଣ୍ଡିଆ ‘ସି’ ନିର୍ଧାରିତ ୫୦ ଓଭରରେ ୩୫୨ ରନ୍ କରିଥିଲା। ପ୍ରତିପକ୍ଷର ଜୟଦେବ ଉନାଦକତ ୩, ଦୀପକ ଚହର, ମୟଙ୍କ ମାର୍କଣ୍ଡ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଶ୍ରେୟସ ଆୟର (୧୪୮)ଙ୍କ ଶତକ ସତ୍ତ୍ବେ ଇଣ୍ଡିଆ ‘ବି’ ୪୬.୧ ଓଭରରେ ୩୨୩ ରନ୍ରେ ସୀମିତ ରହିଯାଇଥିଲା। ପପୁ ତାଙ୍କ ୧୦ ଓଭରରେ ୭୫ ରନ୍ ବ୍ୟୟ କରି ୩ ୱିକେଟ୍ ନେଇଥିଲେ। ପ୍ରାରମ୍ଭିକ ଖେଳାଳି ଋତୁରାଜ ଗାଏକ୍ବାଡ (୬୦), ଟେଷ୍ଟ୍ ତାରକା ହନୁମା ବିହାରୀ (୮) ଏବଂ ୱିକେଟରକ୍ଷକ ଅଙ୍କୁଶ ବେନ୍ସ (୩୭)ଙ୍କ ୱିକେଟ୍ ନେଇଥିଲେ ପପୁ। ନଭଦୀପ ସଇନି, ରଜନୀଶ ଗୁରବାଣୀ, ବିଜୟ ଶଙ୍କର ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଅଜିଙ୍କ୍ୟ ରାହାଣେ କିନ୍ତୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଦେଓଧର ଟ୍ରଫି, ପପୁଙ୍କ ଚମକ: ଇଣ୍ଡିଆ ‘ସି’ ବିଜେତା
/sambad/media/post_attachments/wp-content/uploads/2018/10/8-Poppu-Roy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)