ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ଇଣ୍ଡିଜ୍‌ ୧୫୪ ରନ୍‌ରେ ଆଗୁଆ, ରଖିମ କର୍ଣ୍ଣୱାଲ୍‌-୫/୭୪

ଢାକା: ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ପାଳିରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଭଲ ସ୍ଥିତିରେ ରହିଛି। ପ୍ରଥମ ପାଳିରେ ୧୧୩ ରନ୍ ଅଗ୍ରଣୀ ପାଇଥିବା ଭ୍ରମଣକାରୀ ଦଳ ତୃତୀୟ ଦିନ ସୁଦ୍ଧା ୪୧ ରନ୍‌ରେ ଦ୍ବିତୀୟ ପାଳିର ୩ ୱିକେଟ୍ ହରାଇ ଦେଇଛି। ହାତରେ ୭ ୱିକେଟ୍ ଥାଇ ୱେଷ୍ଟଇଣ୍ଡିଜ୍‌ ୧୫୪ ରନ୍‌ରେ ଆଗୁଆ ହୋଇ ସାରିଥିବାରୁ ନିୟନ୍ତ୍ରଣରେ ରହିଥିବା ବିଶ୍ବାସ କରାଯାଉଛି।

ଶନିବାର ବାଂଲାଦେଶ ଦ୍ବିତୀୟ ଦିନର ସ୍କୋର୍‌ ୧୦୫/୪ରୁ ଖେଳି ୨୯୬ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ଅଫସ୍ପିନର୍‌ ରଖିମ କର୍ଣ୍ଣୱାଲ୍‌ ନିଜ ଟେଷ୍ଟ୍ ଜୀବନର ଦ୍ବିତୀୟ ୫ ୱିକେଟ୍ ଦଖଲ କରିବାରୁ ବାଂଲାଦେଶ ଆଗକୁ ବଢ଼ିପାରିନଥିଲା। ପେସ୍‌ ବୋଲର ଯୋଡ଼ି ସାନନ୍ ଗାବ୍ରିଏଲ୍ ଏବଂ ଅଲଜାରି‌ ଯୋସେଫ୍‌ ମିଳିତ ଭାବେ ଅବଶିଷ୍ଟ ୫ ୱିକେଟ୍ ନେଇ କର୍ଣ୍ଣୱାଲଙ୍କ ସହ ତାଳ ଦେଇଥିଲେ। ତଥାପି ୱିକେଟରକ୍ଷକ ଲିଟନ୍ ଦାସ (୭୧, ୧୩୩ ବଲ୍‌) ଏବଂ ମେହେଦି ହାସନ୍ (୫୭, ୧୪୦ ବଲ୍‌)ଙ୍କ ଅର୍ଧଶତକ କାରଣରୁ ବାଂଲାଦେଶ ଫଲୋଅନ୍ ଏଡ଼ାଇପାରିଥିଲା।
ସଂକ୍ଷିପ୍ତ ସ୍କୋର୍‌: ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି ୪୦୯ (ଜୋସୁଆ ଦା ସିଲ୍‌ଭା-୯୨, ଏନ୍‌କ୍ରୁମା ବୋନର୍‌-୯୦, ଅଲ୍‌ଜେରି ଯୋସେଫ୍‌-୮୨, ଆବୁ ଜୟେଦ୍‌-୪/୯୮, ତୖଜୁଲ ଇସ୍‌ଲାମ୍‌-୪/୧୦୮)। ବାଂଲାଦେଶ ପ୍ରଥମ ପାଳି ୯୬.୫ ଓଭରରେ ୨୯୬ (ଲିଟନ ଦାସ-୭୧, ମେହେଦି ହାସନ ମିରାଜ-୫୭, ମୁସ୍‌ଫିକର ରହିମ୍‌-୫୪, ରଖିମ କର୍ଣ୍ଣୱାଲ-୫/୭୪, ସାନନ୍ ଗାବ୍ରିଏଲ୍‌-୩/୭୦, ଅଲ୍‌ଜେରି ଯୋସେଫ୍‌-୨/୬୦)। ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ପାଳି: ୨୧ ଓଭରରେ ୪୧/୩ (ଜନ୍‌ କ୍ୟାମ୍ପ୍‌ବେଲ୍‌-୧୮, ଏନ୍‌କ୍ରୁମା ବୋନର୍‌-୮*, ଜୋମେଲ୍‌ ୱାରିକାନ୍‌-୨*, ‌ତୈଜୁଲ ଇସଲାମ୍-୧/୧୩, ନୟିମ୍‌ ହାସନ୍-୧/୧୪, ମେହେଦି ହାସନ୍ ମିରାଜ-୧/୧୪)।

ସମ୍ବନ୍ଧିତ ଖବର