ନୂଆଦିଲ୍ଳୀ: ବୁଧବାର ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳି ୨୩ଟି ବଲ୍ରେ ୨୯ ସ୍କୋର କରିଛନ୍ତି ଯୁବ କ୍ରିକେଟ୍ ଖେଳାଳି ଦେବଦତ୍ତ ପାଡିକଲ୍। ସେ ହେଉଛନ୍ତି ଏକବିଂଶ ଶତାବ୍ଦୀରେ ଜନ୍ମିତ ପ୍ରଥମ ଖେଳାଳି, ଯିଏକି ଅନ୍ତର୍ଜାତୀୟ ପୁରୁଷ କ୍ରିକେଟ୍ରେ ଭାରତ ପକ୍ଷରୁ ଖେଳିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସେ ୨୦୦୦ ମସିହାରେ ଜନ୍ମ ଗ୍ରହଣ କରି ଗତ ଜୁଲାଇ ୭ ତାରିଖରେ ୨୧ ବର୍ଷ ବୟସରେ ପାଦ ରଖିଛନ୍ତି।
କରୋନା ପଜିଟିଭ୍ ହୋଇଥିବା କ୍ରୁନାଲ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣ ଖେଳାଳି ମ୍ୟାଚ୍ରୁ ବାଦ୍ ପଡ଼ିବା ପରେ ଦେବଦତ୍ତଙ୍କୁ ସ୍ଥାନ ମିଳିଥିଲା।
ଆପଣ ଜାଣିଥିବେ ନିଶ୍ଚୟ ଯେ ଭରତକୁ ଶୀର୍ଷ ସ୍ତରରେ ପ୍ରତିନିଧିତ୍ବ କରାଇଥିବା ଓପ୍ନର୍ ପୃଥ୍ବୀ ସ ଏବଂ ସୁବମନ୍ ଗିଲ୍ଙ୍କ ଜନ୍ମ ୧୯୯୯ ମସିହାରେ।
ତେବେ ଆଫଗାନିସ୍ତାନର ମୁଜିବ ଜାଦ୍ରାନ୍ ହେଉଛନ୍ତି ଏକବିଂଶ ଶତାବ୍ଦୀରେ ଜନ୍ମ ହୋଇଥିବା ପ୍ରଥମ ଖେଳାଳି ଯିଏକି ଡିସେମ୍ବର ୨୦୧୭ରେ ପୁରୁଷ ଅନ୍ତର୍ଜାତୀୟ ଖେଳରେ ଡେବ୍ୟୁ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/untitled-5-copy-1627490682.jpg)