ବିଶ୍ୱକପ ପୂର୍ବରୁ ଭିତ୍ତିଭୂମିର ବିକାଶ ହେବ:କ୍ରୀଡା ମନ୍ତ୍ରୀ

ରାଉରକେଲା: ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମର ଭିତ୍ତିଭୂମି ବିକାଶ ହେବ। ସିଟ କ୍ଷମତା ୨୫ ହଜାରକୁ ବୃଦ୍ଧି କରାଯିବ ସହ ଅନ୍ୟାନ୍ୟ ସୁବିଧା ସୁଯୋଗର ବିକାଶ କରାଯିବ। ବିମାନ ସେବା ଆରମ୍ଭ କରାଯିବ ସହ ହୋଟେଲ, ରାସ୍ତା ଆଦି ଉନ୍ନତମାନର ହେବ। ଏଠାକାର ପର୍ଯ୍ୟଟନର ମଧ୍ୟ ବିକାଶ କରାଯିବ ବୋଲି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।
ରାଉରକେଲା ହାଉସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ନରିନ୍ଦର ଧ୍ରୁବ ବାତ୍ରା, କ୍ରୀଡା ସଚିବ ବିଶାଳ ଦେବ, କ୍ରୀଡା ନିର୍ଦେଶକ ଭିନିଲ କ୍ରିଷ୍ଣାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ୫ଟି ସଚିବ ଭି.କେ.ପଣ୍ଡିଆନ ଭିଡିଓ କନଫେରେନ୍ସିଂରେ ଯୋଗ ଦେଇଥିଲେ।

ଏଥିସହିତ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି ଅନ୍ତର୍ଜାତୀୟ ହକି ସଂଘ ସଭାପତି l ସଭାପତି ନରେନ୍ଦ୍ର ବାତ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ସକାଳ ପ୍ରାୟ ୯ଟାରେ ଷ୍ଟାଡିୟମରେ ପହଞ୍ଚିଥିଲେ l ସେମାନଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଆରଏମସି କମିସନର ଦିବ୍ୟଜ୍ୟୋତି ପରିଡା ଓ ଆରଏସପି କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେl ଷ୍ଟାଡିୟମର ଭିତ୍ତିଭୂମି, ଆବଶ୍ୟକ ସୁବିଧା ସୁଯୋଗ ସହ ଷ୍ଟାଡିୟମ ପରିବର୍ଦ୍ଧିତ ଯୋଜନାର ସମୀକ୍ଷା କରିଛନ୍ତିl

ସମ୍ବନ୍ଧିତ ଖବର