ଭୁବନେଶ୍ବର: ବରିଷ୍ଠ ପୁରୁଷ ଅନ୍ତଃଜିଲ୍ଲା ଫୁଟ୍‌ବଲ ପ୍ରତିଯୋଗିତା ସାହାଣୀ କପ୍‌ର ୬୧ତମ ସଂସ୍କରଣ ଶନିବାର ସୁନ୍ଦରଗଡ଼ର ଭବାନୀପୁର ସ୍ପୋର୍ଟସ କଂପ୍ଲେକ୍ସରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଓଡ଼ିଶା ଫୁଟ୍‌ବଲ୍‌ ସଂଘ (ଫାଓ)ର ୩୧ ଅନୁବନ୍ଧିତ ଶାଖା ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ରପଡ଼ାକୁ ୪-୦ ଗୋଲ୍‌ରେ ପରାସ୍ତ କରି ଦେବଗଡ଼ ଉଦ୍‌ଘାଟନୀ ମ୍ୟାଚ୍‌ ଜିତି ନେଇଛି। ଚକ୍ର କିଷାନ କ୍ରମାଗତ ୩ ଗୋଲ୍‌ କରି ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ସୁମନ ବାବୁ ଅବଶିଷ୍ଟ ଗୋଲ୍‌ଟି କରିଥିଲେ। ପ୍ରଶାନ୍ତ ବେହେରା, ପୂର୍ଣ୍ଣଚନ୍ଦ୍ର ସୋରେନ, କୃଷ୍ଣଚନ୍ଦ୍ର ଟୁଡୁ ଓ କିଷାନ ଦାସ ମ୍ୟାଚ୍‌ ପରିଚାଳନା କରିଥିଲେ।

Advertisment

ସୁନ୍ଦରଗଡ଼ ଜିଲ୍ଲା ଦୌଡ଼କୁଦ ସଂଘର ସଂପାଦକ ପ୍ରଭାତ କୁମାର ଭୋଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ‘ଫାଓ’ ଉପସଭାପତି ରବି ନାରାୟଣ ପଣ୍ଡା ଓ ରାଜେନ୍ଦ୍ର କୁମାର ମହାନ୍ତି, ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ‘ଫାଓ’ର ରେଫରିଙ୍କ ମୁଖ୍ୟ ଦୁର୍ଗାମାଧବ ନାଏକ ମଧ୍ୟ ଉପସ୍ଥିତ ଥିଲେ।