ଭୁବନେଶ୍ୱର: ତାମିଲନାଡୁର କୋଏମ୍ବାଟୁର ଠାରେ ଅନୁଷ୍ଠିତ ଜାତୀୟ ଜୁନିଅର ଶକ୍ତି ଉତ୍ତୋଳନ ପ୍ରତିଯୋଗିତାର ୫୨ କିଗ୍ରା ବିଭାଗରେ ଦେବୀ ସିଂ ୧୨୦+୭୫+୧୫୨.୫ ମୋଟ ୩୪୭.୫ କିଗ୍ରା ଉତ୍ତୋଳନ କରି ସ୍ୱର୍ଣ୍ଣପଦକ ହାସଲ କରିବା ସହ ଷ୍ଟ୍ରଙ୍ଗ ଓମ୍ୟାନ ଆଖ୍ୟା ଅର୍ଜନ କରିଛନ୍ତି। ସେହିପରି ୪୭ କିଗ୍ରା ବିଭାଗରେ ସୀମାରାଣୀ ସିଂହ ୭୫+୪୫+୧୦୭ ମୋଟ ୨୨୭.୫, ୪୭ କିଗ୍ରା ବିଭାଗରେ ଲକ୍ଷ୍ମୀମଣୀ ସିଂହ ୯୦+୬୨.୫+୧୭୫ ମୋଟ ୨୮୭.୫, ୭୨ କିଗ୍ରା ବିଭାଗରେ ପ୍ରିୟଦର୍ଶିନୀ ବିଶୋଇ ୧୪୦+୭୭.୫+୧୭୫ ମୋଟ ୩୯୨.୫ ସ୍ୱର୍ଣ୍ଣପଦକ ୪୭ କିଗ୍ରା ବିଭାଗରେ ଭାରତୀ ପାତ୍ର ୬୫+୪୦+୧୦୨.୫ ଓ ୪୭ କିଗ୍ରା ବିଭାଗରେ ରୂପାଲି ପଲେଇ ୯୫+୫୫+୧୨୭.୫ ମୋଟ ୨୭୭.୫ କାଂସ୍ୟ ପଦକ ହାସଲ କରିଛନ୍ତି।
ଓଡ଼ିଆ ପ୍ରତିଯୋଗିଙ୍କ ସଫଳତାରେ ସଂଘର ସଭାପତି ସାଂସଦ କଳିକେଶ ନାରାୟଣ ସିଂଦେଓ, ଉପସଭାପତି ହରି ପ୍ରସାଦ ପଟ୍ଟନାୟକ, କାର୍ଯ୍ୟକାରୀ ସଦସ୍ୟ ନବକୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ରବିବାର ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ତଥା ଉତ୍କଳ କରାଟେ ସ୍କୁଲ ତରଫରୁ ଖେଳାଳୀ ଓ ଅଫିସରମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ସଂଘର ସଂପାଦକ ଇଂ ଚିତ୍ତରଞ୍ଜନ ସ୍ୱାଇଁ, କୋଷାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ଶୁଶ୍ରୀ ଗୌରି ମହାନ୍ତି, ପ୍ରଦୀପ କୁମାର ପାତ୍ର ଓ ସନ୍ଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/DSC_0214.jpg)