ଭୁବନେଶ୍ୱର: ତାମିଲନାଡ଼ୁର କୋଏମ୍ବାଟୁରରେ ଆୟୋଜିତ ଜାତୀୟ କନିଷ୍ଠ ଶକ୍ତିଉତ୍ତୋଳନ ପ୍ରତିଯୋଗିତାର ବାଳିକା ବର୍ଗରେ ଓଡ଼ିଶା ଦଳଗତ ବିଜେତା ହୋଇଥିଲା ବେଳେ ଓଡ଼ିଆ ଝିଅ ଦେବୀ ସିଂହ ଭାରତର ଶକ୍ତ ବାଳିକା ଉପାଧି ପାଇଛନ୍ତି। ବାଳିକା ୪୨ କିଲୋଗ୍ରାମ୍ ବର୍ଗରେ ଦେବୀ (୧୨୦+୭୫+୧୫୨.୫) ମୋଟ ୩୪୭.୫ କେଜି ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୪୩ କିଲୋଗ୍ରାମ୍ରେ ସୀମାରାଣୀ ସିଂହ (୨୨୭.୫ କେଜି), ୪୭ କିଲୋଗ୍ରାମ୍ରେ ଲକ୍ଷ୍ମୀ ସିଂହ (୨୮୭.୫ କେଜି), ୭୨ କିଲୋଗ୍ରାମ୍ରେ ପ୍ରିୟଦର୍ଶିନୀ ବିଶୋଇ (୩୯୨.୫ କେଜି) ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ୪୩ କେଜିରେ ଭାରତୀ ପାତ୍ର (୨୦୭.୫ କେଜି) ଏବଂ ୪୭ କେଜିରେ ରୁପାଲି ପଲେଇ (୨୭୭.୫ କେଜି) କାଂସ୍ୟ ପଦକ ପାଇଥିଲେ। ବାଳକର ୫୩ କେଜିରେ ବସନ୍ତ ମାଲେକା (୩୯୫ କେଜି) ଏବଂ ୮୩ କେଜିରେ ପ୍ରକାଶ କୁମାର ବେହେରା (୫୩୫ କେଜି) କାଂସ୍ୟ ପଦକ ଜିତିଥିଲେ। ୫୯ କେଜି ମାଷ୍ଟର୍ସ (୧)ରେ ସୁଜିତ କୁମାର ଗିରି (୩୩୫ କେଜି) କାଂସ୍ୟ ଏବଂ ୯୩ କେଜି ମାଷ୍ଟର୍ସ (୨)ରେ ବସନ୍ତ କୁମାର ବିନ୍ଧାଣୀ (୪୯୭ କେଜି) ଓ ୧୦୫ କେଜିରେ ରାଜେନ୍ଦ୍ର ପରିଡ଼ା (୪୫୫ କେଜି) ରୌପ୍ୟ ପଦକ ପାଇଥିଲେ। ଇକ୍ୟୁପଟ୍ର ୫୨ କେଜିରେ ଦେବୀ ସିଂହ (୪୦୦ କେଜି) ସ୍ୱର୍ଣ୍ଣ ଏବଂ ୭୨ କେଜିରେ ପ୍ରିୟଦର୍ଶିନୀ ବିଶୋଇ (୪୯୦ କେଜି) ରୌପ୍ୟ ପଦକ ହାସଲ କରିଥିଲେ। ଦଳ ସହ ପ୍ରଶିକ୍ଷକ ଭାବେ ଗଙ୍ଗାଧର ବିଶୋଇ ଓ ଚନ୍ଦ୍ରବଦନୀ ମହାନ୍ତି ଏବଂ ପ୍ରବନ୍ଧକ ଭାବେ ସତ୍ୟବ୍ରତ ବେହେରା ରହିଥିଲେ।ସଫଳତା ଲାଗି ଓଡ଼ିଶା ସଂଘର ସଭାପତି ସାଂସଦ କଳିକେଶ ନାରାୟଣ ସିଂହଦେଓ, ଉପସଭାପତି ହରିପ୍ରସାଦ ପଟ୍ଟନାୟକ ଏବଂ କାର୍ଯ୍ୟକାରୀ ସଦସ୍ୟ ନବ କିଶୋର ସାହୁ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରବିବାର ଖେଳାଳି ଏବଂ ଅଧିକାରୀମାନଙ୍କୁ ଉତ୍କଳ କରାଟେ ସ୍କୁଲଠାରେ ସମ୍ବର୍ଧିତ କରାଯାଇଥିଲା। ଏଥିରେ ସମ୍ପାଦକ ଇଂ ଚିତ୍ତରଂଜନ ସ୍ୱାଇଁ, କୋଷାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ଗୌରୀ ମହାନ୍ତି, ପ୍ରଦୀପ କୁମାର ପାତ୍ର ଏବଂ ସନ୍ଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଦେବୀ ଶ୍ରେଷ୍ଠ, ଓଡ଼ିଶା ବିଜେତା
ଜାତୀୟ କନିଷ୍ଠ ଶକ୍ତିଉତ୍ତୋଳନ
/sambad/media/post_attachments/wp-content/uploads/2018/01/powerlifting.jpg)