ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଏକ ବଡ଼ ଝଟକା ଲାଗିଛି | ବାସ୍ତବରେ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ ଆଇପିଏଲ୍ ୨୦୨୪ରୁ ବାଦ ପଡିଛନ୍ତି | ତାଙ୍କ ସ୍ଥାନରେ ଇଂଲଣ୍ଡର ରିଚାର୍ଡ ଗ୍ଲିସନ୍ଙ୍କୁ ଦଳରେ ସାମିଲ କରାଯାଇଛି | ସିଏସକେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୬ଟି ମ୍ୟାଚ୍ ମଧ୍ୟରୁ ୪ଟି ଜିତିଛି | ମିଳିଥିବା ସୂଚନା ମୁତାବକ ଆହତ ହେତୁ ଡେଭନ୍ କନୱେ ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪)ରୁ ବାଦ ପଡିଛନ୍ତି।

Advertisment

ସିଏସକେ ଅବଶିଷ୍ଟ ମ୍ୟାଚ୍ ପାଇଁ ରିଚାର୍ଡ ଗ୍ଲିସନ୍ଙ୍କୁ ଦଳରେ ସାମିଲ କରିଛି | ସୂଚନା ଥାଉ କି ଯେ ଅଷ୍ଟ୍ରେଲୀୟ ଖେଳାଳି ଡେଭିନ୍ କନୱେଙ୍କ ଆଂଗୁଠିରେ ଆଘାତ ଲାଗିଥିବାରୁ ସେ ଏହି ଆଘାତରୁ ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାଁନ୍ତି। ମ୍ୟାଚ ବାବଦରେ କହିବାକୁ ଗଲେ ସିଏସକେ ଆସନ୍ତାକାଲି ଲଖନଉ ସୁପର ଜିଆଣ୍ଟସକୁ ଭେଟିବ | ଲଖନଉର ଏକନା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ | ସେହିପରି ୨୩ରେ ମଧ୍ୟ ଚେନ୍ନାଇର ଚିଦମ୍ବରମ ଷ୍ଟାଡିୟମରେ ଉଭୟ ଦଳଙ୍କ ମଧ୍ୟରେ ମୁକାବିଲା ହେବ | ଏହାପରେ ଏପ୍ରିଲ ୨୮ରେ ସନରାଇଜର୍ସ ହାଇଦ୍ରାବାଦ ସହ ଚେନ୍ନାଇର ମ୍ୟାଚ ଖେଳାଯିବାକୁ ଥିବାବେଳେ ମେ ୧ରେ ପଞ୍ଜାବ କିଙ୍ଗସ ସହ ମ୍ୟାଚ ହେବ |