ଆତତାୟୀ ଗୁଳିରେ ବାପା ମୃତ

େଓ୍ଵଷ୍ଟ୍‍ଇଣ୍ଡିଜ୍‌ ଗସ୍ତରୁ ଓହରିଲେ ଧନଞ୍ଜୟ

କଲମ୍ବୋ: ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ ଧନଞ୍ଜୟ ଡି’ସିଲ୍‌ଭାଙ୍କ ବାପାଙ୍କୁ ଗୁରୁବାର ରାତିରେ କୌଣସି ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଦେଇଛି। ଶୁକ୍ରବାର େଓ୍ଵଷ୍ଟ୍‍ଇଣ୍ଡିଜ୍‌ ଗସ୍ତ କରିବାକୁ ଥିବା ଶ୍ରୀଲଙ୍କା ଦଳରୁ ଧନଞ୍ଜୟ ଏହି କାରଣରୁ ଓହରି ଯାଇଛନ୍ତି। ଧନଞ୍ଜୟଙ୍କ ବାପା ରଂଜନ ଡି’ସିଲ୍‌ଭାଙ୍କୁ ଗୁରୁବାର ରାତି ୮.୩୦ରେ କଲମ୍ବୋର ଦକ୍ଷିଣରେ ଥିବା ରାଠମାଲାନାଠାରେ କୌଣସି ଅତତାୟୀ ଗୁଳି କରି ହତ୍ୟ କରିଥିବା ନେଇ ଶ୍ରୀଲଙ୍କା ପୁଲିସ ସ୍ପଷ୍ଟ କରିଛି। ଧନଞ୍ଜୟଙ୍କ ଅଧିକାଂଶ ସାଥୀ ଖେଳାଳି ଗୁରୁବାର ରାତିରେ କାଲୁବୋଓ୍ଵିଲା ହସ୍ପିଟାଲକୁ ଯାଇ ତାଙ୍କ ବାପାଙ୍କ ମରଶରୀରକୁ ଶେଷ ଦର୍ଶନ କରିଥିଲେ। ଗତ ଫେବ୍ରୁଆରିରେ ରଂଜନ ଏମ୍‌ଟି ଲାଭିନିଆ ସହରରୁ କାଉନ୍‌ସିଲର ଭାବେ ନିର୍ବାଚିତ ହୋଇଥିଲେ। ଏଭଳି ଅଘଟଣ ପାଇଁ ଆମେ ଦୁଃଖିତ, ଶ୍ରୀଲଙ୍କା କ୍ରିକେଟ୍‌ ସର୍ବଦା ତୁମ ସହ ରହିବ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ଅଧ୍ୟକ୍ଷ ଥିଲଙ୍କା ସୁମଥିପାଲା ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି। ଧନଞ୍ଜୟ ଶ୍ରୀଲଙ୍କା ପାଇଁ ୧୩ ଟେଷ୍ଟ୍‍ ଏବଂ ୧୭ ଦିନିକିଆ ଖେଳିବା ସହ ଗତ ଜାନୁଆରିରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍‌ ଭାବେ ୧୦୦୦ ରନ୍‌ ପୁରଣ କରିଥିଲେ।

ସମ୍ବନ୍ଧିତ ଖବର