ଭାରତୀୟ ସ୍ପିନର ୟୁଝବେନ୍ଦ୍ର ଚହଲ ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଧନଶ୍ରୀ ବର୍ମାଙ୍କ ବିବାହିତ ଜୀବନରେ ସବୁକିଛି ଠିକ୍ ଚାଲିନି। କାରଣ ଏହି ଦୁଇଜଣ ଇନ୍ଷ୍ଟାଗ୍ରାମରେ ପରସ୍ପରକୁ ଅନ୍ଫଲୋ କରି ଦେଇଛନ୍ତି। ୩୪ ବର୍ଷୀୟ ଚହଲ ଧନଶ୍ରୀଙ୍କୁ କେବଳ ଅନ୍ଫଲୋ କରିନାହାନ୍ତି, ବରଂ ତାଙ୍କ ସହ ଥିବା ନିଜର ସବୁ ଫଟୋକୁ ଡିଲିଟ୍ କରି ଦେଇଛନ୍ତି। ଅନୁରୂପ ଭାବେ ପେସାରେ ଜଣେ ଦାନ୍ତ ଡାକ୍ତର, ୟୁ-ଟ୍ୟୁବର ଓ ନର୍ତ୍ତକୀ ଥିବା ଧନଶ୍ରୀ ମଧ୍ୟ ଚହଲଙ୍କୁ ଅନଫଲୋ କରି ଦେଇଛନ୍ତି। ଅବଶ୍ୟ ତାଙ୍କ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ଉଭୟଙ୍କ ସବୁ ଫଟୋ ପୂର୍ବଭଳି ଅକ୍ଷୁଣ୍ଣ ରହିଛି। ଚହଲ ଓ ଧନଶ୍ରୀ ୨୦୨୦ ମସିହା ଡିସେମ୍ବର ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ହେଲେ ଗତ କିଛି ଦିନ ହେବ ଉଭୟଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁଇ ଜଣ ଯାକ କିନ୍ତୁ ଏଥିନେଇ କୌଣସି ପ୍ରେସ୍ ବାର୍ତ୍ତା ଜାରି କରି ନାହାନ୍ତି।
ୟୁଝିଙ୍କୁ ଅନ୍ଫଲୋ କଲେ ଧନଶ୍ରୀ
ଭାରତୀୟ ସ୍ପିନର ୟୁଝବେନ୍ଦ୍ର ଚହଲ ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଧନଶ୍ରୀ ବର୍ମାଙ୍କ ବିବାହିତ ଜୀବନରେ ସବୁକିଛି ଠିକ୍ ଚାଲିନି। କାରଣ ଏହି ଦୁଇଜଣ ଇନ୍ଷ୍ଟାଗ୍ରାମରେ ପରସ୍ପରକୁ ଅନ୍ଫଲୋ କରି ଦେଇଛନ୍ତି।
/sambad/media/media_files/2025/01/05/SVijF8vTcIwGGUh3wwNW.jpg)