ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ତାରକା ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସଂପର୍କ ବିଷୟରେ ଅଳ୍ପବହୁତ ସମସ୍ତଙ୍କୁ ଜଣା ଅଛି। ଧନଶ୍ରୀ ପୂର୍ବରୁ ବି ତାଙ୍କର କିଛି ସୋସିଆଲ୍ ମିିଡିଆ ପୋଷ୍ଟ୍ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏବେ ପୁଣି ଥରେ ସେ ତାଙ୍କର ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ରେ ସ୍ବାମୀ ଚହଲଙ୍କୁ ‘ଲିଜେଣ୍ଡ୍’ ବୋଲି କହି ଚର୍ଚ୍ଚାରେ ଅଛନ୍ତି।
ଆପଣ ଜାଣନ୍ତି ଯେ ଆଇପିଏଲ୍ର ୫୬ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ ୯ ଓ୍କିକେଟ୍ରେ କୋଲତାକାତା ନାଇଟ୍ ରାଇଡର୍ସକୁ ହରାଇଛି। ଏହି ମ୍ୟାଚ୍ରେ ଯଶ୍ବସୀ ଜୈସ୍ୱାଲ୍ ୪୭ ବଲ୍ରେ ୮୯ ରନ୍ କରି ଜବର୍ଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ୧୩ଟି ବଲ୍ରେ ୫୦ ରନ୍ କରି ଆଇପିଏଲ୍ ମ୍ୟାଚ୍ରେ ଇତିହାସ ରଚନା କରିଛନ୍ତି।
ଇଡେନ୍ ଗାର୍ଡେନ୍ରେ ହେଉଥିବା ଏହି ମ୍ୟାଚ୍ରେ ୟୁଜବେନ୍ଦ୍ର ଚହଲ ବି ଜବର୍ଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ବୋଲିଂ କରୁଥିବା ବେଳେ ୪ ଓଭର୍ରେ ୨୫ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ତେବେ ଚହଲଙ୍କ ନାମ ଆଇପିଏଲ୍ରେ ସବୁଠାରୁ ଅଧିକ ୱିକେଟ୍ ନେଇଥିବା ଖେଳାଳି ଭାବେ ଆଗରେ ରହିଛି। ତାଙ୍କୁ ଆଇପିଏଲ୍ର ଏହି ସିଜିନ୍ରେ ପର୍ପଲ୍ କ୍ୟାପ୍ ମିଳିଛି।
ତେବେ ଏହା ଭିତରେ ୟୁଜଭେନ୍ଦ୍ରଙ୍କ ପତ୍ନୀ ଧନଶ୍ରୀଙ୍କର ଏକ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ ଖୁବ୍ ଜୋର୍ରେ ଭାଇରାଲ୍ ହୋଇଛି। ସେ ତାଙ୍କ ପୋଷ୍ଟ୍ରେ ସ୍ବାମୀଙ୍କୁ ଶୁଭେଚ୍ଛା ଦେବା ସହ ତାଙ୍କ ଉଦ୍ଦେଶ୍ୟରେ ‘ଲିଜେଣ୍ଡ୍’ ବୋଲି ଲେଖିଛନ୍ତି। ତୁମ ସଫଳତା ମୋତେ ବହୁତ ଖୁସି ଦେଇଛି ବୋଲି ବି ପତ୍ନୀ ଧନଶ୍ରୀ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/5e2194e5-554b-4f36-a340-11d4fe1495fd-1.jpg)