ମୁମ୍ବାଇ: ଆଇପିଏଲ୍-୨୦୨୩ର ଫାଇନାଲ୍ ମ୍ୟାଚ୍ ସରିବା ପରେ କ୍ରିକେଟର୍ ୟୁଜଭେନ୍ଦ୍ର ଚହଲଙ୍କର ଏକ ଭିଡିଓ ଖୁବ୍ ଜୋର୍ରେ ଭାଇରାଲ୍ ହୋଇଚାଲିଛି। ଭାଇରାଲ୍ ହୋଇଥିବା ଭିଡିଓରେ ୟୁଜଭେନ୍ଦ୍ର ଏକ ଗଳିରେ କ୍ରିକେଟ୍ ଖେଳୁଥିବାର ନଜର ଆସିଛନ୍ତି। ଚହଲ ତାଙ୍କର ଏହି ଭିଡିଓରେ ‘ରାଜସ୍ଥାନ ରୟାଲ୍’କୁ ଟ୍ୟାଗ୍ କରିଛନ୍ତି। ଟ୍ୟାଗ୍ କରିବା ସହ ‘ଗଳିର ଖେଳାଳି, କ’ଣ କହୁଛ ରାଜସ୍ଥାନ ରୟାଲ୍?’ ବୋଲି ଲେଖିଛନ୍ତି।
ଏହି ପୋଷ୍ଟ୍ରେ ମଜା ନେଇକି ରସିଦ ଖାନ୍ ଲେଖିଛନ୍ତି, ‘ଏଠାରେ ତ ଛକା ମାରିଦିଅ’। ଚହଲଙ୍କ ପତ୍ନୀ ଧନଶ୍ରୀ ଲେଖିଛନ୍ତି, ‘କେତେ ମଜାଦର୍ ଦିନ’। ତେବେ ଚହଲଙ୍କର ଅନ୍ୟ ଏକ ଫଟୋ ବି ଖୁବ୍ ଜୋର୍ରେ ଭାଇରାଲ୍ ହୋଇଛି। ଉକ୍ତ ଫଟୋ ପତ୍ନୀ ଧନଶ୍ରୀ ଏବଂ ଦକ୍ଷିଣ ଆଫ୍ରିକାର କ୍ରିକେଟର୍ ଏବି ଡିବିଲିୟର୍ସ ବି ନଜର ଆସିଛନ୍ତି।
ଧନଶ୍ରୀ ତାଙ୍କର ଏକ ଇନ୍ଷ୍ଟା ପୋଷ୍ଟ୍ରେ ଫଟୋଟିକୁ ସେୟାର୍ କରି ଲେଖିଛନ୍ତି, ‘ପର୍ଫେକ୍ଟ ସନ୍ଡେ। କେବଳ ଏବି ଡିବିଲିୟର୍ସ ସାର୍ଙ୍କ ସହ। ମିସ୍ ୟୁ ଡେନିୟଲ୍ ଡିବିଲିୟର୍ସ।’ ବତାଇ ଦେଉଛୁ ଯେ ଡେନିୟଲ୍ ଡିବିଲିୟର୍ସ ହେଉଛନ୍ତି ଏବି ଡିବିଲିୟର୍ସଙ୍କ ପତ୍ନୀ।
ଉଭୟ ଚହଲ ଓ ଧନଶ୍ରୀ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ। ଚହଲ ଓ ଧନଶ୍ରୀ ୨୦୨୦ ମସିହା ଡିସେମ୍ବର ୨୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଧନଶ୍ରୀ ବୃତ୍ତିରେ ଜଣେ କୋରିଓଗ୍ରାଫର୍।
ୟୁଜଭେନ୍ଦ୍ର ଚହଲ ଆଇପିଏଲ୍ ସିଜନ୍ରେ ୧୪ଟି ମ୍ୟାଚ୍ ଖେଳି ୨୧ଟ ୱିକେଟ୍ ନେଇଛନ୍ତି। ଧନଶ୍ରୀ ତାଙ୍କର ଅଧିକାଂଶ ପୋଷ୍ଟ୍ରେ ତାଙ୍କ ସ୍ବାମୀଙ୍କୁ ସଂଯୋଗ କରିଥିବାର ଆପଣ ଦେଖିଥିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/65336cab-1a8d-4148-a768-f10cc8ea47ec.jpg)