ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ କ୍ରିକେଟରୁ ବିରତି ନେଇଛନ୍ତି। ସେ ସିଧାସଳଖ ଏସିଆ କପରେ ମଇଦାନକୁ ଫେରିବେ। ତେବେ କ୍ରିକେଟକୁ ନେଇ ଚର୍ଚ୍ଚାରେ ରହୁଥିବା ଚହଲ ଗତ କିଛି ଦିନ ହେଲାଣି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି। ଚହଲ ଏବଂ ପତ୍ନୀ ଧନଶ୍ରୀ ଇନଷ୍ଟାରେ କରିଥିବା ପୋଷ୍ଟକୁ ନେଇ ଖୁବଶୀଘ୍ର ଦୁହେଁ ପରସ୍ପରଠାରୁ ଅଲଗା ହେବେ ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଥିଲେ।
ୟୁଜବେନ୍ଦ୍ର ଚହଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ସେୟାର କରି ନୂଆ ଜୀବନ ଲୋଡିଂ ବୋଲି ଲେଖିଥିବା ବେଳେ ପତ୍ନୀ ଧନଶ୍ରୀ ଇନଷ୍ଟା ପ୍ରୋଫାଇଲ ନାଁରୁ ଚହଲ ଉପନାମ ହଟାଇ ଦେଇଥିଲେ। ଏଭଳି ପୋଷ୍ଟ ପରେ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଧନଶ୍ରୀ।
View this post on Instagram
ସେ କହିଛନ୍ତି ଯେ, ନାଚୁଥିବା ବେଳେ ମୋର ଆଣ୍ଠୁରେ ଆଘାତ ଲାଗିଛି। ୧୪ଦିନ ହେଲାଣି ମୁଁ ନିଜ କାମ କରିପାରୁନାହିଁ। ଡାକ୍ତର ସର୍ଜରୀ ହିଁ ଏକମାତ୍ର ବାଟ ବୋଲି କହିଛନ୍ତି। ଏଭଳି କଠିନ ସମୟରେ ମୋ ସ୍ବାମୀ ଓ ପରିବାର ମୋତେ ସାହାସ ଦେଇଛନ୍ତି। ଯେତେବେଳେ ମୁଁ ଅଧିକ ସମର୍ଥନ ଆବଶ୍ୟକ କରୁଥିଲି, ସେତେବେଳେ ଲୋକମାନେ ଗୁଜବ ପ୍ରଚାର କରିବା ଆରମ୍ଭ କରିଥିଲେ। ଏସବୁ ଶୁଣିବା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଧନଶ୍ରୀଙ୍କ ଏହି ପୋଷ୍ଟରେ ଚହଲ 'ମାଇଁ ଓମେନ' ବୋଲି ଲେଖି କମେଣ୍ଟ ଦେଇଥିବା ଦେଖାଯାଇଛି।