ମୁମ୍ବାଇ : ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ ଆସନ୍ତା ଜୁନ ପହିଲାରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ସେହିପରି ଆହତ ଯୋଗୁଁ ଦଳରୁ ଦୂରେଇ ରହିଥିବା ଋଷଭ ପନ୍ତ ଦଳକୁ ଫେରିଛନ୍ତି । ଦଳରେ ସଂଜୁ ସାମସନଙ୍କୁ ସ୍ଥାନ ମିଳିଥିବା ବେଳେ ବୋଲିଂ ଦାୟିତ୍ବ ନେବେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, କୂଳଦୀପ ଯାଦବ ଓ ଯୁଜବେନ୍ଦ୍ର ଚହଲ।

Advertisment

କିଛି ମ‌ାସ ହେବ ଚହଲଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରୁ ବାଦ୍ ଦିଆଯିବା ପରେ ଏବେ ତାଙ୍କ ଉପରେ ବିସିସିଆଇ ଭରସା କରିଛି। ସ୍ବାମୀ ବିଶ୍ବକପ ଟିମରେ ସାମିଲ ହେବା ପରେ ପତ୍ନୀ ତଥା ଡ୍ୟାନ୍ସର ଧନଶ୍ରୀ ବର୍ମା ଇନଷ୍ଟା‌ରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଟିମ୍ ଇଣ୍ଡିଆ ଖେଳାଳିଙ୍କ ନାମ ଲେଖାଥିବା ବିଲବୋର୍ଡର ଫଟୋ ସେୟାର କରି ଧନଶ୍ରୀ ଲେଖିଛନ୍ତି ଯୁଜବେନ୍ଦ୍ର ଚହଲ ଫେରିଛନ୍ତି। ଏହା ସହିତ ସେ ହାତଯୋଡା ଇମୋଜି ମଧ୍ୟ ଦେଇଛନ୍ତି।

Latest and Breaking News on NDTV

ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା ( ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ। ରିଜର୍ଭ: ରିଙ୍କୁ ସିଂହ, ଶୁଭମନ ଗିଲ୍, ଅଭେଶ ଖାଁ ଓ ଖଲିଲ ଅହମ୍ମଦ।