ଭାରତ ଗସ୍ତ ଲାଗି ଧନଞ୍ଜୟ ଓ ଦାସୁନଙ୍କୁ ଡାକରା

କଲମ୍ବୋ: ଭାରତ ବିପକ୍ଷ ତିନି ଟିକିଆ ଟେଷ୍ଟ ଶୃଙ୍ଖଳା ଲାଗି ଶ୍ରୀଲଙ୍କା ରବିବାର ଦଳ ଘୋଷଣା କରିଛି। ବ୍ୟାଟ୍ସମ୍ୟାନ୍‌ କୁଶାଲ ମେଣ୍ଡିସ ଓ କୁଶାଲ ସିଲଭାଙ୍କ ସହ ଦ୍ରୁତ ବୋଲର ନୁଆନ ପ୍ରଦୀପଙ୍କୁ ସିଂହଳୀ ଚୟନକର୍ତା ଦଳରୁ ବାଦ୍‌ ଦେଇଛନ୍ତି। ଅନ୍ୟ ପକ୍ଷରେ ଅଲରାଉଣ୍ଡର ଧନଞ୍ଜୟ ଡି’ ସିଲଭା ଓ ଦାସୁନ ସନକା ୧୫ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଗତ ସପ୍ତାହରେ ସୁସ୍ଥ ଘୋଷିତ ହୋଇଥିବା ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ମଧ୍ୟ ଦଳରେ ଅଛନ୍ତି। ଶ୍ରୀଲଙ୍କା ‘ଏ’ ଦଳରେ ସାମିଲ ହୋଇ େଓ୍ଵଷ୍ଟଇଣ୍ଡିଜରେ ଭଲ ପ୍ରଦର୍ଶନ କରିବାର ଉପହାର ଧନଞ୍ଜୟ ଏବଂ ଦାସୁନଙ୍କୁ ମିଳିଛି। ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଥିଲାନ ସମରବୀରା ଆସନ୍ତା ୩ ବର୍ଷ ପାଇଁ ଶ୍ରୀଲଙ୍କା ଦଳର ବ୍ୟାଟିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଦୀନେଶ ଚାନ୍ଦିମାଳ ଦଳର ଅଧିନାୟକ ପଦ ବଜାୟ ରଖିଛନ୍ତି। ଶ୍ରୀଲଙ୍କା ଚଳିତ ମାସ ୧୬ରୁ ଡିସେମ୍ବର ୬ ତାରିଖ ଭିତରେ ଭାରତ ବିପକ୍ଷରେ ତିନିଟି ଟେଷ୍ଟ ମ୍ୟାଚ୍‌ ଖେଳିବାର ଅଛି। ଏହି ତିନିଟି ମ୍ୟାଚ୍‌ କୋଲକାତା, ନାଗପୁର ଓ ଦିଲ୍ଲୀରେ ଖେଳାଯିବ।

ଶ୍ରୀଲଙ୍କା ଦଳ: ଦୀନେଶ ଚାନ୍ଦିମାଳ (ଅଧିନାୟକ), ଦିମୁଥ କରୁଣାରତ୍ନେ, ଧନଞ୍ଜୟ ଡି’ ସିଲଭା, ସଦିରା ସମରବିକ୍ରମା, ଆଞ୍ଜେଲୋ ମାଥ୍ୟୁସ, ଲାହିରୁ ଥିରିମାନେ, ରଙ୍ଗଣା ହେରାଥ, ସୁରଙ୍ଗ ଲାକମଲ, ଦିଲରୁଓ୍ଵାନ ପେରେରା, ଲାହିରୁ ଗମାଙ୍ଗେ, ଲକ୍ଷ୍ମଣ ସନ୍ଦାକନ, ବିଶ୍ୱ ଫର୍ନାଣ୍ଡୋ, ଦାସୁନ ସନକା, ନିରୋସାନ ଡିକେଓ୍ଵଲା, ରୋଶନ ସିଲଭା।

ସମ୍ବନ୍ଧିତ ଖବର