ଭୁବନେଶ୍ବର: ବିଶ୍ବକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ସନ୍ତୋଷଜନକ ନଥିଲା। ତାଙ୍କ ସମୟରେ ପ୍ରତ୍ୟେକ ଖେଳାଳି ଦାୟିତ୍ବବାନ ହୋଇ ଖେଳୁଥିଲେ। ହେଲେ ଏବେ ତାହାର ଅଭାବ ଦେଖିବାକୁ ମିଳୁଛି। ଦଳ ଭିତରେ ସମସ୍ତଙ୍କ ଭିତରେ ଯେପରି ତାଳମେଳ ନଥିବା ପରିଲକ୍ଷିତ ହେଉଛି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍‌କୁ ସ୍ବତନ୍ତ୍ର ଅତିଥି ଭାବେ ଆସିଥିବା ପୂର୍ବତନ ଅଧିନାୟକ ଧନରାଜ ପିଲ୍ଲେ ଏଭଳି କିଛି ଶବ୍ଦ ଯୋଡ଼ି ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।

Advertisment

ଷ୍ଟାଡିୟମ୍‌ରେ ଗଣମାଧ୍ୟମ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ବୁଲିବା ପାଇଁ ଧନରାଜ ଆସିଥିଲା ବେଳେ ଗଣମାଧ୍ୟମ ପ୍ରତିନିିଧିଙ୍କ ସହ ବାର୍ତ୍ତାଳାପ କରୁଥିବା ସମୟରେ ଏଭଳି ସମାଲୋଚନା କରିଥିଲେ। ଯଦିଓ ଔପଚାରିକ ଭାବେ କିଛି ଟିପ୍ପଣୀ ଦେବାକୁ ସେ ମନା କରିଥିଲେ, କିନ୍ତୁ ଭାରତ ଯେଉଁଭଳି ଭାବେ ଖେଳୁଥିଲା ତାହା ଆନ୍ତର୍ଜାତିକମାନର ନୁହେଁ ବୋଲି କହୁଥିଲେ। ଗୁରୁବାର ଧନରାଜ ଭୁବନେଶ୍ବରରେ ପହଞ୍ଚିଥିଲା ବେଳେ ଶନିବାର ରାଉରକେଲା ବିର୍ସାମୁଣ୍ତା ଆନ୍ତର୍ଜାତିକ ଷ୍ଟାଡିୟମ୍‌ ବୁଲିବାକୁ ଯିବେ। ରବିବାର ଫାଇନାଲ୍‌ ଦେଖିବାକୁ ପୁଣି ଥରେ ଭୁବନେଶ୍ବର ଫେରିବେ ବୋଲି ବାର୍ତ୍ତାଳାପ ବେଳେ ସେ ସୂଚନା ଦେଇଛନ୍ତି।