ଧର୍ମଶାଳା : ଧର୍ମଶାଳାରେ ଗୁରୁବାର ଆରମ୍ଭ ହୋଇଥିବା ୪ର୍ଥ ଟେଷ୍ଟର ପ୍ରଥମ ଦିନରେ ହିଁ ଭାରତ ନିଜର ଦବଦବା ଜାହିର କରିଛି । ପ୍ରଥମେ ଇଂଲଣ୍ଡକୁ ମାତ୍ର ୨୧୮ ରନରେ ଅଲଆଉଟ କରିବା ପରେ ଏବେ ଭାରତର ଦୁଇ ଓପନର ଅର୍ଦ୍ଧଶତକ ହାସଲ କରି ଦଳକୁ ଏକ ଭଲ ଆରମ୍ଭ ଦେଇଛନ୍ତି । ଯଶସ୍ବୀ ଜୟସ୍ବାଲ ୫୭ ରନ କରି ଆଉଟ ହୋଇଥିବାବେଳେ ରୋହିତ ଶର୍ମା ୫୨ ରନ କରି ଖେଳୁଛନ୍ତି । ପ୍ରଥମ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ୧ ଓ୍ବିକେଟ ହରାଇ ୧୩୫ ରନ କରିଛି ଓ ଇଂଲଣ୍ଡଠାରୁ ୮୩ ରନରେ ପଛୁଆ ରହିଛି।

Advertisment

ଏହା ପୂର୍ବରୁ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଜାକ୍ କ୍ରାଉଲି ଓ ବେନ ଡକେଟ୍ ଦଳକୁ ଭଲ ଆରମ୍ଭ ଦେଇଥିଲେ । କ୍ରାଉଲି ୭୯ ରନ କରିଥିବାବେଳେ ଡକେଟ୍ ୨୭ ରନ କରିଥିଲେ । ସେହିପରି ଜୋ ରୁଟ୍ ୨୬ ଓ ଜନି ବେୟାରଷ୍ଟୋ ୨୯ ରନ କରିଥିଲେ । ତେବେ ଇଂଲଣ୍ଡର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲେ । ଭାରତୀୟ ସ୍ପିନ ଆକ୍ରମଣ ଆଗରେ ଇଂରେଜ ବ୍ୟାଟ୍ସମ୍ୟାନମାନେ ବେଶୀସମୟ ତିଷ୍ଠିପାରିନଥିଲେ । ଦଳ ମାତ୍ର ୨୧୮ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ କୁଳଦୀପ ଯାଦବ ୫ ଓ୍ବିକେଟ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ବୀନ ୪ଟି ଓ୍ବିକେଟ ନେଇଥିଲେ ।