ଏସୀୟ କ୍ରୀଡ଼ା: ସାଇନାଙ୍କୁ କାଂସ୍ୟ ପଦକ ପରେ ଧରୁନ-ସୁଧାଙ୍କୁ ରୌପ୍ୟ ପଦକ, ଫାଇନାଲରେ ସିନ୍ଧୁ

ଭଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ୧୮ତମ ଏସୀୟ କ୍ରୀଡ଼ାରେ ସୋମବାର ମହିଳା ବ୍ୟଡମିଣ୍ଟନ୍ ତାରକା ସାଇନା ନେହଓ୍ଵାଲଙ୍କୁ କାଂସ୍ୟ ପଦକ ମିଳିଛି। ଅନ୍ତର୍ଜାତୀୟ ଖେଳ ପ୍ରତିଯୋଗିତାର ୯ମ ଦିନରେ ଭାରତର ସୁଧା ସିଂହଙ୍କୁ ୩୦୦୦ ମିଟର ମହିଳା ଷ୍ଟିପଲଚେଜ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ମିଳିଛି। ସୁଧା ନିଜର ଲକ୍ଷ୍ୟକୁ ୯ ମିନିଟ ୪୦.୦୩ ସେକେଣ୍ଡରେ ପୂରା କରିଥିଲେ। ବର୍ଷ ୨୦୧୦ ଏସୀୟ କ୍ରୀଡ଼ାରେ ସୁଧା ରୌପ୍ୟ ପଦକ ଜିତିଥିଲେ। ଚଳିତ ଏସୀୟ କ୍ରୀଡ଼ାରେ ସେ ବାହାରିନର ବିନଫ୍ରେଡ ୟାବିଙ୍କ ଠାରୁ ପଛରେ ରହି ରୌପ୍ୟ ପଦକ ଜିତିଛନ୍ତି। ବିନଫ୍ରେଡ ୯ ସେକେଣ୍ଡ ୩୬.୫୨ ସେକେଣ୍ଡରେ ଲକ୍ଷ୍ୟ ପୂରା କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭିଏତନାମର ପ୍ରତିଯୋଗୀ ଥି ଓହ୍ନ ଗୁୟେନ ୯ ମିନିଟ ୪୩.୮୩ ସେକେଣ୍ଡରେ ଲକ୍ଷ୍ୟ ପୂରା କରିଥିଲେ।

୪୦୦ ମିଟର ହର୍ଡଲରେ ଭାରତୀୟ ଧାବକ ଧରୁନ ଆୟାସ୍ବାମୀ ରୌପ୍ୟ ପଦକ ଜିତିଛନ୍ତି। ସେ ଏହି ପ୍ରତିଯୋଗିତାରେ ୪୮.୯୬ ସେକେଣ୍ଡରେ ୪୦୦ ମିଟର ଅତିକ୍ରମ କରିଛନ୍ତି। ମହିଳା ୪୦୦ ମିଟର ହଡଲର୍ସରେ ଭାରତର ଅନୁ ରାଘବନ ୪ର୍ଥ ଓ ଜଉନା ମୁର୍ମୁ ୫ମ ସ୍ଥାନ ହାସଲ କରିଛନ୍ତି।

ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ ମୋଟ ୩୯ଟି ପଦକ ମିଳିଛି। ଏଥିରେ ସାମିଲ ରହିଛି ୭ଟି ସ୍ୱର୍ଣ୍ଣ ଓ ୧୨ ରୌପ୍ୟ ପଦକ। ଭାରତକୁ ୨୦ଟି କାଂସ୍ୟ ପଦକ ମିଳିଛି।

ସମ୍ବନ୍ଧିତ ଖବର