ସନ୍‌ରାଇଜର୍ସରୁ ଡେୟାର ଡେଭିଲ୍ସକୁ ଗଲେ ଧାୱନ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ତା’ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କୁ ବିକି ଦେଇଛି। ଧାୱନଙ୍କୁ ଦିଲ୍ଲୀ ଡେୟାର ଡେଭିଲ୍ସ କିଣିଛି। ଫଳରେ ଆଇପିଏଲ-୧୦ରେ ସେ ନିଜ ଘରୋଇ ଦଳ ଦିଲ୍ଲୀ ଡେୟାର ‌ଡେଭିଲ୍ସ ପକ୍ଷରୁ ଖେଳିବା ପଥ ପରିଷ୍କୃତ ହୋଇଛି। ଏହା ବଦଳରେ ଦିଲ୍ଲୀ ଡେୟାର ଡେଭିଲ୍ସ ଅଲରାଉଣ୍ଡର ବିଜୟ ଶଙ୍କର, ସ୍ପିନର ସାହାବାଜ ନଦିମ ଏବଂ ଯୁବ ତାରକା ଅଭିଷେକ ଶର୍ମାଙ୍କୁ ସନରାଇଜର୍ସକୁ ଦେଇଛି। ଆଇପିଏଲ୍ ନିଲାମରେ ଧାୱନଙ୍କୁ ସନରାଇଜର୍ସ ୫.୨ କୋଟି ଟଙ୍କାରେ କିଣିଥିଲା। ହେଲେ ଏହି ଦର ନେଇ ସେ ଅସନ୍ତୁଷ୍ଟ ଥିଲେ। ସେଥିପାଇଁ ଅଧିକ ଅର୍ଥରେ ଦିଲ୍ଲୀକୁ ଯିବାକୁ ଇଚ୍ଛା ପ୍ରକାଶ କରିଥି‌ଲ। ଯାହାକୁ ସନରାଇଜର୍ସ ମାନି ନେଇଥିଲା। ଧାୱନ ୨୦୧୩ଠାରୁ ସନରାଇଜର୍ସ ଦଳରେ ଥିଲେ। ଏହି ଦଳ ପକ୍ଷରୁ ୯୧ ପାଳି ଖେଳି ସେ ସର୍ବାଧିକ ୨୭୬୮ ରନ୍ କରିଛନ୍ତି। ଅନ୍ୟପକ୍ଷରେ ଧାୱନ ଆସିବା ପରେ ନିଜ ଭାଗ୍ୟ ପରିବର୍ତନ ଆଶାରେ ଦିଲ୍ଲୀ ରହିଛି। ଦିଲ୍ଲୀ ଗତ ୯ଟି ଯାକ ଋତୁ ଖେଳିଥିଲେ ମଧ୍ୟ କେବେବି ବିଜେତା ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର