ଧାୱନଙ୍କ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ୧୦-୧୨ ଦିନ ଲାଗିବ

ନଟିଂହାମ୍‌: ଆହତ ଶିଖର ଧାୱନଙ୍କୁ ଜଣେ ‘ଅମୂଲ୍ୟରତ୍ନ’ ଖେଳାଳି ଭାବେ ଦର୍ଶାଇଛନ୍ତି ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର। ଚଳିତ ବିଶ୍ବକପ୍‌ ପାଇଁ ଧାୱନ ପୁଣି କେବେ ଉପଲବ୍‌ଧ ହେ‌ବେ ସେ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ୧୦-୧୨ ଦିନ ଲାଗିଯିବ ବୋଲି ମଧ୍ୟ କହିଛନ୍ତି ବାଙ୍ଗର। ଧାୱନଙ୍କ ଉପରେ ଆମେ ନଜର ରଖିଛୁ, ତାଙ୍କ ଆହତ ସମସ୍ୟାକୁ ନିରୀକ୍ଷଣ କରାଯାଉଛି। ତେବେ ଏଥି ପାଇଁ କିଛି ଦିନ ଲାଗିଯିବ ବୋଲି ବାଙ୍ଗର ନ୍ୟୁଜିଲାଣ୍ଡ୍ ମ୍ୟାଚ୍‌ ପୂର୍ବରୁ ଆହୂତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତାଙ୍କ ସ୍ଥିତିରେ ଉନ୍ନତି ଆସିଲେ ଆମେ ଚୂଡାନ୍ତ ନିଷ୍ପତ୍ତି ନେବୁ। ଋଷବ ପନ୍ତ୍‌ ଦଳ ସହିତ ଯୋଗଦେବା ପରେ ତାଲିମ ନେବେ। ଧାୱନ ଯଦି ଆଦୌ ଖେଳିବା ସ୍ଥିତିକୁ ନ ଆସନ୍ତି ତେବେ ପନ୍ତ୍‌ଙ୍କୁ ମ୍ୟାଚ୍‌ ଖେଳିବା ଲାଗି ପ୍ରସ୍ତୁତ ରହିବାକୁ ହେବ। ପନ୍ତ୍‌ଙ୍କୁ ଦଳରେ ଏ ପର୍ଯ୍ୟନ୍ତ ଷ୍ଟାଣ୍ଡବାଇ ଖେଳାଳି ଭାବେ ନିଆଯାଇଛି‌ ବୋଲି ବାଙ୍ଗର ମଧ୍ୟ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର