ଦିନିକିଆରୁ ବଞ୍ଚିତ‌ ହେ‌ବେ ଧାୱନ!

ନୂଆଦିଲ୍ଲୀ: ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ଖେଳିବା ଅବସରରେ ଆହତ ହୋଇଥିବା ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଶିଖର ଧାୱନ ଚଳିତ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଭଳି ଏକଦିବସୀୟରୁ ମଧ୍ୟ ବାଦ୍‌ ପଡ଼ିବା ଆଶଙ୍କା ଜାତ ହୋଇଛି। ବିସିସିଆଇର ଡାକ୍ତରୀ ଦଳ ଧାୱନଙ୍କୁ ଅଧିକ ବିଶ୍ରାମର ଆବଶ୍ୟକତା ଥିବା ପରାମର୍ଶ ଦେଇଛନ୍ତି। ବାଙ୍ଗାଲୋର୍ ମିରରରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଡିସେମ୍ବର ୧୫ ତାରିଖର ପ୍ରଥମ ଦିନିକିଆ ପୂର୍ବରୁ ଚୟନକର୍ତାଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି‌ ନେବାକୁ ପଡ଼ିବ। ତାଙ୍କ ବଦଳରେ ସଂଜୁ ସାମସନ୍‌ଙ୍କୁ ସାମିଲ କରାଯିବାର ସମ୍ଭାବନା ଥିବା ମଧ୍ୟ ଏହି ରିପୋର୍ଟରେ କୁହାଯାଇଛି। ଅନ୍ୟ ଖେଳାଳିଙ୍କ ମଧ୍ୟରେ ଶୁଭମନ ଗିଲ୍‌ କିମ୍ବା ମୟଙ୍କ ଅଗ୍ରୱାଲ୍ ମଧ୍ୟ ଦୌଡ଼ରେ ରହିଛନ୍ତି। ସୂଚନାଯୋଗ୍ୟ, ଧାୱନଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ଏବେ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରୁଛନ୍ତି।

ସମ୍ବନ୍ଧିତ ଖବର