ବଇଁଶୀ ବଜାଇଲେ ଧା‌ୱନ

ନୂଆଦିଲ୍ଲୀ: ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଭଲ ବଇଁଶୀ ବଜାନ୍ତି। ଧାୱନଙ୍କ ଶ୍ରୁତିମଧୁର ଏବଂ ମନ୍ତ୍ରମୁଗ୍ଧକର ବଇଁଶୀ ବାଦନର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କର ଏହି ଲୁକ୍କାୟିତ କଳା ପଦାକୁ ଅସିଛି। ଭିଡିଓଟି ନିଜେ ଧାୱନ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ତାଙ୍କର ଏହି ଭିଡିଓକୁ ୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ‘ଗବର’ ଭାବେ ପରିଚିତ ଧାୱନ ଏହି ଭିଡିଓ ତଳେ ଲେଖିଛନ୍ତି ଯେ ଏକ ନୂଆ ଆରମ୍ଭ, ବୃକ୍ଷ, ବାୟୁ, ସାଗର ଏବଂ କିଛି ସଂଗୀତ। ସୂଚନାଯୋଗ୍ୟ ଯେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିଥିବା ଧାୱନ ଟେଷ୍ଟ ଶୃଙ୍ଖଳା ଲାଗି ସୁଯୋଗ ପାଇ ନଥିଲେ।

ସମ୍ବନ୍ଧିତ ଖବର