ବେଙ୍ଗାଲୁରୁ: ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଭାରତ ଏବଂ ଆଫ୍ଗାନିସ୍ତାନ ମଧ୍ୟରେ ଚାଲିଥିବା ଐତିହାସିକ ପ୍ରଥମ ଟେଷ୍ଟ ମ୍ୟାଚ ର ପ୍ରଥମ ଦିନରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ ଶତକ ହାସଲ କରିବା ସହିତ ଭାରତକୁ ଦୃଢ଼ ସ୍ଥିିତିରେ ପହଞ୍ଚାଇଛନ୍ତି। ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ବିନା କୌଣସି ଉକେଟ ହରାଇ ୨୭ ଓଭରରେ ସଂଗ୍ରହ କରିଛି ୧୫୮ ରନ।
ସୂଚନାଯୋଗ୍ୟ ଯେ ଟସ ଜିଣିବା ପରେ ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ଓ ଶିଖର ଧାଓ୍ଵନ ଭାରତ ପକ୍ଷରୁ ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ମୁରଲୀ ବିଜୟ ଅତ୍ୟନ୍ତ ରକ୍ଷଣାତ୍ମକ ଢ଼ଙ୍ଗରେ ଖେଳୁଥିବା ବେଳେ ଶିଖର ଧାଓ୍ଵନ ତାଙ୍କ ଚିରାଚରିତ ଆକ୍ରମଣାତ୍ମକ ଷ୍ଟାଇଲରେ ଖେଳ ଖେଳି ଶତକ ହାସଲ କରିଛନ୍ତି। ଧାଓ୍ଵନ ତାଙ୍କ ଟେଷ୍ଟ କ୍ୟାରିୟରର ୭ମ ଶତକ ଅର୍ଜନ କରିବା ସହିତ ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଧାଓ୍ଵନ ୯୧ଟି ବଲ ଖେଳି ୧୯ଟି ଚୌକା, ୩ଟି ଛକା ସହାୟତାରେ ୧୦୪ ରନ୍ ସଂଗ୍ରହ କରିଥିବା ବେଳେ ମୁରଲୀ ବିଜୟ ୪୧ ରନ୍ କରିଛନ୍ତି। ୟ ଉଭୟ ଭାରତୀୟ ପ୍ରାରମ୍ଭିକ ବ୍ୟାସ୍ମ୍ୟାନ ସୁନ୍ଦର ଭାବେ ଖେଳି ଆଫଗାନିସ୍ତାନର ଚିନ୍ତା ବଢ଼ାଇ ଦେଇଛନ୍ତି।
ଭାରତ- ଆଫ୍ଗାନିସ୍ତାନ ପ୍ରଥମ ଟେଷ୍ଟ: ଶିଖର ଧାଓ୍ଵନଙ୍କ ଶତକ ସହିତ ଦୃଢ଼ ସ୍ଥିତିରେ ଭାରତ
/sambad/media/post_attachments/wp-content/uploads/2018/06/Dhawan-Century_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)