ମୋହାଲି, : ମୋହାଲିରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଧୈର୍ଯ୍ୟର ସହିତ ଖେଳିଛି। ଟସ୍ ଜିଣି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିବା ପରେ ଅଧିନାୟକ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଓପନ୍ କରିବାକୁ ଆସିଥିଲେ। ଅଧିନାୟକ ଶ୍ରୀ ଶର୍ମା ଅତ୍ୟନ୍ତ ସତର୍କତାର ସହିତ ଖେଳୁଥିବା ବେଳେ ଶିଖର ଧାଓ୍ଵନ ନିଜସ୍ୱ ଷ୍ଟାଇଲରେ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି। ଧାଓ୍ଵନ ୫୨ଟି ବଲ ଖେଳି ୮ଟି ଚୌକା ସହାୟତାରେ ୫୬ ରନ୍ ସଂଗ୍ରହ କରିଥିବା ବେଳେ ରୋହିତ ଶର୍ମା ୪୬ଟିି ବଲ ଖେଳି ୨୩ ରନ ସଂଗ୍ରହ କରିଛନ୍ତି। ଉଭୟ ଖେଳାଳି ଅପରାଜିତ ଥିବା ବେଳେ ଭାରତ ୧୭ ଓଭରରେ ୮୭ ରନ୍ ସଂଗ୍ରହ କରିଛି।
ଧର୍ମଶାଳା ମ୍ୟାଚ୍ର ପରାଜୟ ପରେ ମୋହାଲିରେ ଭାରତକୁ ଜିତିବା ଜରୁରୀ ହୋଇପଡ଼ିଛି। ଭାରତ ଆଜି ଦଳରେ ପରିବର୍ତ୍ତନ କରିଛି। ପ୍ରଥମ ଥର ପାଇଁ ଓ୍ଵାସିଙ୍ଗଟନ୍ ସୁନ୍ଦର ଦିନିକିଆ ସ୍କ୍ଵାଡ୍ରେ ସ୍ଥାନ ପାଇ ଜୀବନର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି।
ମୋହାଲି ଦିନିକିିଆ: ଶିିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ, ଭାରତ ୮୭/୦
/sambad/media/post_attachments/wp-content/uploads/2017/12/dhawan.jpg)
/sambad/media/agency_attachments/2024-07-24t043029592z-sambad-original.webp)