ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ୍ ନିଜ ପରିବାର ମଧ୍ୟରେ ଦୁଇ ନୂଆ ସଦସ୍ୟଙ୍କୁ ସ୍ବାଗତ ଜଣାଇଛନ୍ତି। ଏହି ଦୁଇ ନୂଆ ସଦସ୍ୟ ହେଲେ ଦୁଇଟି କୁକୁର। ଧାୱନ୍ ତାଙ୍କର ଏହି ଦୁଇ ପାଳିତ କୁକୁରଙ୍କ ନାମ ରଖିଛନ୍ତି ‘ଚୋଲେ’ ଏବଂ ଭାଲେଣ୍ଟାଇନ୍’। ଦୁଇ କୌତୁକିଆ କୁକୁରଙ୍କ ସହ ଧାୱନ୍ ଏକ ଚମତ୍କାର ଫଟୋକୁ ଟ୍ବିଟରରେ ସେୟାର କରିଛନ୍ତି। ଦୁଇ ନୂଆ ସଦସ୍ୟ ଶନିବାର ପରିବାର ସହ ଯୋଡ଼ି ହୋଇଥିବାରୁ ସ୍ବାଗତ ବୋଲି ଲେଖିଛନ୍ତି। ଗୋଟିଏ ଫଟୋରେ ଧାୱନ୍ଙ୍କ ପୁଅ ଜୋରାଭର ବସିଥିବା ଦେଖାଯାଇଛି। ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳୁଥିବା ନ୍ୟୁଜିଲାଣ୍ଡ ତାରକା ମିଚେଲ ମ୍ୟାକ୍ଲିନାଘାନ୍ ଏହି ଫଟୋ ଦେଖିବା ପରେ ଧାୱନ୍ଙ୍କୁ ଅଭିନନ୍ଦନ ଜଣାଇବା ସହ ‘ସୁନ୍ଦର’ ବୋଲି ଲେଖିଛନ୍ତି। ଏଠାରେ ସୂଚନାଯୋଗ୍ୟ, ସାଂପ୍ରତିକ କୋଭିଡ୍-୧୯ ମହାମାରୀଜନିତ କଟକଣା ସମୟରେ ଏକାଠି ସମୟ ବିତାଉଥିବା ଧାୱନ୍ ପରିବାର ଚମତ୍କାର ଫଟୋ ଏବଂ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରୁଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp