କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ସୀମିତ ଓଭର ଦଳ ଅଧିନାୟକ ଶିଖର ଧାୱନ ରବିବାର ରାତିରେ ଜଣେ ଓପନର୍ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୦,୦୦୦ ରନ୍ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ରବିବାର ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ୮୬* ରନ୍ ପାଳି ଖେଳିବା ଅବସରରେ ବାମହାତୀ ଧାୱନ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏ କ୍ଷେତ୍ରରେ ଧାୱନ ପଞ୍ଚମ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ଓପନର୍ ଭାବେ ବୀରେନ୍ଦ୍ର ସେହବାଗ, ସଚିନ ତେନ୍ଦୁଲକର, ସୁନିଲ ଗାଭାସ୍କର ଏବଂ ରୋହିତ ଶର୍ମା ଏହି କ୍ଲବ୍ରେ ଥିଲେ। ରବିବାରର ପାଳି ଅବସରରେ ଧାୱନ ମଧ୍ୟ ଦିନିକିଆରେ ଶ୍ରୀଲଙ୍କା ବିପକ୍ଷରେ ୧୦୦୦ ରନ୍ ଏବଂ ନିଜ ଖେଳ ଜୀବନର ୬,୦୦୦ ରନ୍ ପୂର୍ଣ୍ଣ କରିଥିଲେ। ଦଶମ ଭାରତୀୟ ବ୍ୟାଟ୍ସମ୍ୟାନଭାବେ ଧାୱନ ୬୦୦୦ ରନ୍ କ୍ଲବରେ ସାମିଲ ହୋଇଥିଲେ। ପୂର୍ବରୁ ଏହି କ୍ଲବ୍ରେ ବିରାଟ କୋହଲି, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼, ମହେନ୍ଦ୍ର ସିଂହ ଧୋନି, ମହମ୍ମଦ ଆଝାରୁଦ୍ଦିନ୍, ରୋହିତ ଶର୍ମା, ଯୁବରାଜ ସିଂହ ଏବଂ ବୀରେନ୍ଦ୍ର ସେହବାଗ ରହିଥିଲେ।
ଓପନର୍ ଧାୱନଙ୍କ ୧୦,୦୦୦ ରନ୍
/sambad/media/post_attachments/wp-content/uploads/2020/05/Dhawan-hero-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)