ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ଶିଖର ଧାୱନ ଶନିବାର ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ବାରଣାସୀସ୍ଥିତ ଗଙ୍ଗା ନଦୀରେ ନୌକା ବିହାର କରୁଥିବା ସମୟରେ ପକ୍ଷୀକୁ ଖାଦ୍ୟ ଦେଉଥିବାର ଦେଖାଯାଉଛନ୍ତି। ପକ୍ଷୀଙ୍କ ପ୍ରତି ଥିବା ପ୍ରେମକୁ ଏହି ଫଟୋ ମାଧ୍ୟମରେ ଦର୍ଶାଇଛନ୍ତି ସେ। ହେଲେ ତାଙ୍କର ଏହି ପକ୍ଷୀପ୍ରେମ ପାଇଁ ନୌକା ଚାଳକ ଅଡ଼ୁଆର ସମ୍ମୁଖୀନ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ଧାୱନଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନଥିଲା ବେଳେ ନୌକା ଚାଳକଙ୍କ ଲାଇସେନ୍ସ ୩ ଦିନ ପାଇଁ ବାତିଲ କରିଛି। ସୂଚନାଯୋଗ୍ୟ ଯେ ବାରଣାସୀ ଜିଲ୍ଲା ପ୍ରଶାସନ ବାର୍ଡ ଫ୍ଲୁକୁ ନଜରରେ ରଖି ପର୍ଯ୍ୟଟକମାନେ ପକ୍ଷୀଙ୍କୁ ଖାଦ୍ୟ ନ ଦେବାର ନିୟମ କରିଛି।
ନୌକା ଚାଳକଙ୍କ ପାଇଁ ଅଡ଼ୁଆ ଧାୱନ୍ଙ୍କ ପକ୍ଷୀ ପ୍ରେମ
/sambad/media/post_attachments/wp-content/uploads/2021/01/dghdaaaaaaaaaaaaaaaaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)