ଦୁବାଇ: ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂ୍ର୍ତି ପାଳନ କରିଥିବା ଷ୍ଟାଇଲିସ୍ ଦିଲ୍ଲୀ ବ୍ୟାଟସମ୍ୟାନ୍ ଶିଖର ଧାୱନ ଶତକୀୟ ପାଳି ସହ ଏହାକୁ ସ୍ମରଣୀୟ କରିଛନ୍ତି। ଗତ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ୧୦୧* ରନ୍ କରିଥିବା ଧାୱନ ମଙ୍ଗଳବାର ମଧ୍ୟ ସମାନ ୫୭ ବଲ୍ରୁ ଦ୍ବିତୀୟ ଶତକ ପୂର୍ଣ୍ଣ କରିଥିଲେ। ଏ କ୍ଷେତ୍ରରେ ସେ ଆଇପିଏଲ୍ ଇତିହାସରେ ପ୍ରଥମ ଖେଳାଳି ହୋଇ ମଧ୍ୟ ନୂଆ କୀର୍ତ୍ତିମାନ କରିଥିଲେ। ସେହିଭଳି ଦ୍ବିତୀୟ ଭାରତୀୟ ଭାବେ ଧାୱନ ମଧ୍ୟ ଗୋଟିଏ ସଂସ୍କରଣରେ ଏକାଧିକ ଶତକ ହାସଲ କରିଥିଲେ। ୨୦୧୬ରେ ବିରାଟ କୋହଲି ମୋଟ ୪ ଶତକ ହାସଲ କରିଥିଲେ। ମୋଟ ଉପରେ ଧାୱନ ଗୋଟିଏ ସଂସ୍କରଣରେ ଏକାଧିକ ଶତକ ହାସଲ କରିବାରେ ପଞ୍ଚମ ଖେଳାଳି ହୋଇଛନ୍ତି। ବିରାଟ କୋହଲି (୪ ଶତକ, ୨୦୧୬), କ୍ରିସ ଗେଲ୍ (୨ ଶତକ, ୨୦୧୧), ହାସିମ୍ ଆମଲା (୨ ଶତକ, ୨୦୧୭) ଏବଂ ସେନ୍ ୱାଟସନ୍ (୨ ଶତକ, ୨୦୧୮) ଏହି କ୍ଲବ୍ରେ ରହିଛନ୍ତି। ଧାୱନ ମଧ୍ୟ ମଙ୍ଗଳବାର ପାଳି ଅବସରରେ ରବି ବିଷ୍ଣୋଇଙ୍କୁ ଛକା ମାରି ଆଇପିଏଲ୍ର ସମ୍ମାନଜନକ ୫୦୦୦ ରନ୍ କ୍ଲବ୍ରେ ଯୋଗ ଦେଇଛନ୍ତି। ପଞ୍ଚମ ଖେଳାଳି ତଥା ଚତୁର୍ଥ ଭାରତୀୟ ଭାବେ ସେ ଏହି କ୍ଲବ୍ରେ ସାମିଲ ହୋଇଛନ୍ତି। ପୂର୍ବରୁ ବିରାଟ କୋହଲି (୫,୭୫୯), ସୁରେଶ ରାଇନା (୫,୩୬୮) ଏବଂ ରୋହିତ ଶର୍ମା (୫,୧୫୮) ଏବଂ ଡେଭିଡ୍ ୱାର୍ନର (୫,୦୩୭) ଏହି କ୍ଲବ୍ରେ ଥିଲେ।
ଧାୱନଙ୍କ କ୍ରମାଗତ ଶତକ କୀର୍ତ୍ତି
ନୀତୀଶଙ୍କ ଲୋକପ୍ରିୟତା କମିଛି
/sambad/media/post_attachments/wp-content/uploads/2020/10/dhawan-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)