ଧୀରେନ୍ଦ୍ର ନାଥ ସ୍ମାରକୀ ବାସ୍କେଟବଲ୍‌: ଓଡ଼ିଶା ଷ୍ଟୁଡେଣ୍ଟ, ଭୁବନେଶ୍ବର ବିଜେତା

କଟକ: କଟକ ବାସ୍କେଟବଲ୍‌ ସ˚ଘ ଆନୁକୂଲ୍ୟରେ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଧୀରେନ୍ଦ୍ର ନାଥ ପ୍ରଧାନ ସ୍ମାରକୀ ଏକଦିବସୀୟ ବରିଷ୍ଠ ପୁରୁଷ ଓ ମହିଳା ବାସ୍କେଟବଲ୍‌ ପ୍ରତିଯୋଗିତାର ପୁରୁଷ ଫାଇନାଲ୍‌ରେ ଓଡ଼ିଶା ଷ୍ଟୁଡେଣ୍ଟ ୪୯-୩୪ରେ ସେଲ୍‌ଟିକ୍ସକୁ ଏବ˚ ମହିଳା ଫାଇନାଲ୍‌ରେ ଭୁବନେଶ୍ବର ଦୌଡ଼କୁଦ ସ˚ଘ ୨୨-୧୫ରେ ଏଣ୍ଟରଟେନର କ୍ଲବ୍‌କୁ ହରାଇ ବିଜେତା ହୋଇଛି। ଏହି ପ୍ରତିଯୋଗିତାର ପୁରୁଷରେ ୨୦ ଦଳ ଓ ମହିଳାରେ ୬ଦଳ ଅ˚ଶଗ୍ରହଣ କରିଥିଲେ।

ପ୍ରତିଯୋଗିତାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସ୍‌ବିଆଇ ଏଜିଏମ୍‌ ଭବାନୀ ଶଙ୍କର ମହାନ୍ତି, ମୁଖ୍ୟବକ୍ତା ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମୀର˚ଜନ ସାମନ୍ତରାୟ ଏବଂ ଶରତ କୁମାର ମହାଳିକ ଯୋଗଦେଇଥିଲାବେଳେ ଉଦ୍‌ଯାପନୀ ଉତ୍ସବରେ ଡିସିପି ପ୍ରତୀକ ସି˚ହ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ଓଡ଼ିଶା ବାସ୍କେଟବଲ୍‌ ସ˚ଘ ସମ୍ପାଦକ ଅଶୋକ କୁମାର ସାହୁ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଟ୍ରଫି ସହିତ ପୁରୁଷ ବିଜେତା ଦଳଙ୍କୁ ୧୨ହଜାର ଟଙ୍କା ଓ ଉପ ବିଜେତା ଦଳଙ୍କୁ ୮ହଜାର ଟଙ୍କା ଏବ˚ ମହିଳା ବିଜେତା ଦଳଙ୍କୁ ୪ହଜାର ଟଙ୍କା, ଉପ ବିଜେତା ଦଳକୁ ୩ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସତ୍ୟଜିତ ମହାରଣା, ସ˚ଗଠନ ସମ୍ପାଦକ ମହେଶ କୁମାର ସାହୁ, ଜିଲ୍ଲା ସ˚ଘ ସମ୍ପାଦକ ଅଶୋକ କୁମାର ସାହୁ, ମନୋର˚ଜନ ବେହେରା, କୁନାଲ ବେହେରା, ଶିବ ନାୟକ, ପ୍ରକାଶ କୁମାର ସାହୁ, ସନ୍ତୋଷ ଜେନା, କାର୍ତ୍ତିକ ବେହେରା, ରାଜେଶ ମହାନ୍ତି, ଅମରେଶ ପାତ୍ର, ରମତାଜ ଖାନ୍‌, ଆଶିଷ ସାହୁ, ଟୁବା ବେହେରା ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର