ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶୁକ୍ରବାର ନୂଆ ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ସ୍ଥାନୀୟ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ଧୋନି ୪୦୦ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ଏହି ମାଇଲ୍ଖୁଣ୍ଟ ଛୁଇଁବାରେ ସେ ରୋହିତ ଶର୍ମା (୪୫୫), ଦିନେଶ କାର୍ତ୍ତିକ (୪୧୨), ବିରାଟ କୋହଲି (୪୦୭)ଙ୍କ ପରେ ଚତୁର୍ଥ ଭାରତୀୟ ହୋଇଛନ୍ତି।
ତାଙ୍କ ପଛକୁ ରବୀନ୍ଦ୍ର ଜାଡ଼େଜା (୩୪୧), ସୁରେଶ ରାଇନା (୩୩୬), ଶିଖର ଧାୱନ (୩୩୪) ରହିଛନ୍ତି। ଧୋନିଙ୍କ ନେତୃତ୍ବରେ ଭାରତ ୨୦୦୭ରେ ଆୟୋଜିତ ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ବିଜେତା ହୋଇଥିଲା। ଏଥିସହ ତାଙ୍କ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ସ ୫ ଥର ଆଇପିଏଲ୍ ବିଜେତା ହେବାର ଗୌରବ ଅର୍ଜନ କରିଛି। ହେଲେ ଚଳିତ ଋତୁରେ ସିଏସ୍କେର ନିୟମିତ ଅଧିନାୟକ ଋତୁରାଜ ଗାଏକ୍ବାଡ୍ ଆହତ ଯୋଗୁଁ ବାଦ୍ ପଡ଼ିବାରୁ ଧୋନି ପୁଣି ଦଳର ନେତୃତ୍ବ ଭାର ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/21/QuX8DI7gIpJT6E3M6E7U.jpg)