ସେନାରୁ ଫେରିଲେ ଧୋନି, ଝିଅ ଜିଭାକୁ ଭେଟି କାଖେଇ ପକାଇଲେ

ନୂଆଦିଲ୍ଲୀ: ସେନାରେ ୧୫ ଦିନ ବିତାଇବା ପରେ ଘରକୁ ଫେରିଲେ ଟିମ୍‌ ଇଣ୍ଡିଆର ଉଦୀୟମାନ ଖେଳାଳି ମହେନ୍ଦ୍ର ସିଂହ ଧୋନି। ସେ ଦିଲ୍ଲୀଠାରେ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କୁ ଭେଟିଛନ୍ତି। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ସ୍କିପର୍‌ ଧୋନି ସେନାରେ କିଛି ଦିନ ଅବୈତନିକ ଡିୟୁଟି କରିବା ପାଇଁ କ୍ରିକେଟ୍‌ରୁ କିଛି ଦିନ ପାଇଁ ବିରତି ନେଇଥିଲେ।

 

ଗତ କାଲି ଦିଲ୍ଲୀଠାରେ ନିଜ ଝିଅ ଜିଭାକୁ ଭେଟିବା ପରେ ବେଶ୍‌ ଖୁସି ଜଣାପଡ଼ିଛନ୍ତି ଧୋନି। ଗତକାଲି ସେନାରୁ ଫେରି ବିଳମ୍ବିତ ରାତିରେ ଝିଅ ଜିଭାକୁ କାଖକୁ ନେଇଥିଲେ ଧୋନି। ଧୋନି ସେନା ସହ କିଛ ଦିନ କଶ୍ମୀରରେ ଡିୟୁଟି କରିଥିଲେ। ପରେ ସ୍ୱାଧୀନତା ଦିବସ ପାଳନ କରିବାକୁ ସେ ଅଗଷ୍ଟ ୧୫ ତାରିଖରେ ଲଦାଖ ଯାଇଥିଲେ। ଜାଣିବାକୁ ମିଳିଛି ଯେ ଧୋନି ଲଦାଖରେ ଏକ କ୍ରିକେଟ ଏକାଡେମି କରିବାକୁ ସଂକଳ୍ପ ନେଇଛନ୍ତି।

ସମ୍ବନ୍ଧିତ ଖବର