କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ପିଲାଦିନର ଏହି ଅଧୁରା ସ୍ୱପ୍ନ ପୂରା କରିବାକୁ ଚାହାନ୍ତି ଧୋନୀ

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ଓ୍ଵିକେଟ୍‌ କିପର୍‌ ମହେନ୍ଦ୍ର ସିଂହ ଧୋନୀ ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ହେବା ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଖୁଲାସା କରିଛନ୍ତି। ସେ କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ତାଙ୍କ ପିଲା ଦିନର ଏକ ଅଧୁରା ସ୍ୱପ୍ନକୁ ପୂରା କରିବାକୁ ଚାହାନ୍ତି ବୋଲି ଏକ ଭିଡିଓ ସେୟାର୍‌ କରି ପ୍ରକାଶ କରିଛନ୍ତି।

୩୭ ବର୍ଷିଅ ଧୋନୀ କେଉଁ ବି ମୁହୂର୍ତ୍ତରେ କ୍ରିକେଟ୍‌ରୁ ଅବସର ନେଇପାରନ୍ତି। ଯଦିଓ ପ୍ରଶଂସକମାନେ ଚାହୁଁନାହାନ୍ତି ଯେ ଧୋନୀ ଏତେ ଶୀଘ୍ର କ୍ରିକେଟରୁ ସନ୍ୟାସ ନିଅନ୍ତୁ ବୋଲି ମାତ୍ର ଏକ ନିର୍ଦ୍ଦିଷ୍ଟ ବୟସ ପରେ କ୍ରିକେଟ୍‌ରମାନଙ୍କୁ ପଡ଼ିଆ ଛାଡ଼ିବାକୁ ହିଁ ପଡ଼ିଥାଏ।

Image Source: Times of Inida

କ୍ରିକେଟ୍‌ରୁ ସନ୍ୟାନ ନେବା ପରେ କେହି କେହି ଖେଳାଳି କମେଣ୍ଟ୍ରେଟର୍‌ ବନିଯାଆନ୍ତି ତ କେଉଁ ଖେଳାଳି କୋଚ୍‌ ବନିଯାଆନ୍ତି। ମାତ୍ର ଧୋନୀ ସେପରି କିଛି ବନିବେ ନାହିଁ। ସେ ପ୍ରକାଶ କରିଛନ୍ତି ଯେ ପିଲାଟି ଦିନରୁ ସେ ଜଣେ ଚିତ୍ରକର ହେବାକୁ ଚାହୁଁଥିଲେ। ତେଣୁ କ୍ରିକେଟରୁ ବିଦାୟ ନେବା ପରେ ସେ ତାଙ୍କର ଏହି ଇଚ୍ଛା ପୂରା କରିବାକୁ ଚାହାନ୍ତି। ଧୋନୀ ନିଜ କେତୋଟି ଚିତ୍ର ମଧ୍ୟ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି।

ସମ୍ବନ୍ଧିତ ଖବର