ନୂଆଦିଲ୍ଲୀ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ୱାସିମ ଜାଫରଙ୍କ ସର୍ବକାଳୀନ ଦିନିକିଆ ଦଳରେ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଚାରିଜଣ ଭାରତୀୟ ଖେଳାଳି ରହିଛନ୍ତି। ସେ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ସହ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ରୋହିତ ଶର୍ମାଙ୍କୁ ରଖିଛନ୍ତି। ତିନି ନମ୍ବର ସ୍ଥାନରେ ୱେଷ୍ଟ୍ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଭିଭିଆନ୍ ରିଚାର୍ଡସ ରହିଥିଲା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଚାରି ନମ୍ବରରେ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଏବଂ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ମଧ୍ୟକ୍ରମରେ ପଛକୁ ପଛ ରଖିଛନ୍ତି। ଦଳର ନେତୃତ୍ବ ଭାରତ ସେ ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ଧୋନିଙ୍କୁ ଦେଇଛନ୍ତି। ଦ୍ରୁତ ବୋଲିଂ ବାହିନୀରେ ଅଛନ୍ତି ପାକିସ୍ତାନର ୱାସିମ୍ ଆକ୍ରାମ, ପୂର୍ବତନ ଇଣ୍ଡିଜ୍ ତାରକା ଜୋଏଲ୍ ଗାର୍ନର ଏବଂ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାଗ୍ରା। ଦଳରେ ଗୋଟିଏ ସ୍ପିନ୍ ବୋଲର୍ଙ୍କ ସ୍ଥାନ ପାଇଁ ଦୁଇ ଜଣ କିଂବଦନ୍ତି ସ୍ପିନର୍ ସାକଲିନ୍ ମୁସ୍ତାକ (ପାକିସ୍ତାନ) ଓ ସେନ୍ ୱର୍ନ (ଅଷ୍ଟ୍ରେଲିଆ) ରହିଛନ୍ତି। ଆଶ୍ଚର୍ଯ୍ୟର କଥା ଅଷ୍ଟ୍ରେଲିଆର ସବୁଠାରୁ ସଫଳ ଅଧିନାୟକ ରିକି ପଣ୍ଟିଂଙ୍କୁ ଏହି ଦଳର ଦ୍ବାଦଶ ଖେଳାଳି ଭାବେ ଜାଫର ରଖିଛନ୍ତି।
ଜାଫରଙ୍କ ସର୍ବକାଳୀନ ଦିନିକଆ ଦଳରେ ଧୋନି ଅଧିନାୟକ
/sambad/media/post_attachments/wp-content/uploads/2020/02/MS_Dhoni_PTI-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)