ଟିମ୍‌-ଇଣ୍ଡିଆକୁ ଧୋନି ଓ ସାକ୍ଷୀଙ୍କ ଡିନର : ସାଥୀ ଖେଳାଳିଙ୍କ ସହ ମଜାଦାର ମୁହୂର୍ତ୍ତ ବିତାଇଲେ

ରାଞ୍ଚି: ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ସହ ତୃତୀୟ ଦିନିକିଆ ମ୍ୟାଚ୍‌ ଆସନ୍ତା କାଲି ରାଞ୍ଚିରେ ଖେଳାଯିବ। ଏଥିପାଇଁ ଟିମ୍‌ -ଇଣ୍ଡିଆ ପହଞ୍ଚିଛି ଝାଡଖଣ୍ଡର ରରାଜଧାନୀ ରାଞ୍ଚିରେ।

ଆଉ ଏକ ଖାସ୍‌ କଥା ହେଉଛି ରାଞ୍ଚି ହେଉଛି ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌ କିପର ତଥା ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂ ଧୋନିଙ୍କ ଘର। ଏହି ଦୃଷ୍ଟିରୁ ଟିମ୍‌-ଇଣ୍ଡିଆ ଏବେ ଧୋନୀଙ୍କ ନିଜ ସହରର ଅତିଥି।

ଆଉ ଏହାର ସୁଯୋଗ ନେଇଛନ୍ତି ଧୋନୀ ଓ ତାଙ୍କ ପତ୍ନୀ ସାକ୍ଷୀ। ସେ ଟିମ୍‌-ଇଣ୍ଡିଆକୁ ଆତିଥେୟତା ପ୍ରଦାନରେ ଆଦୌ ହେଳା କରିନାହାନ୍ତି। ଧୋନୀ ଓ ସାକ୍ଷୀ ପୂରା ଟିମ୍‌ ଇଣ୍ଡିଆକୁ ରାତ୍ରି ଭୋଜନରେ ଆପ୍ୟାୟିତ କରିଛନ୍ତି। ଆଉ ଟିମ୍‌-ଇଣ୍ଡିଆ ଏହାକୁ ଭରପୂର ଉପଭୋଗ କରିଛି।

ଭାରତୀୟ ଟିମ୍‌ର ସ୍ପିନର ୟୁଜବେନ୍ଦ୍ର ଚହଲ ଧୋନୀ ଓ ତାଙ୍କ ପତ୍ନୀଙ୍କୁ ଟ୍ଵିଟ୍‌ କରି ରାତ୍ରି ଭୋଜନ ଲାଗି ଧନ୍ୟବାଦ ଜଣାଇଛନ୍ତି।

ସେହିପରି ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ବିରାଟ କୋହାଲି ଇନ୍‌ଷ୍ଟାଗ୍ରାମ୍‌ରେ ଅନ୍ୟ ଖେଳାଳିଙ୍କ ସହ ରାତ୍ରଭୋଜନର ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି, ମାହି ଭାଇଙ୍କ ଘରେ ଟିମ୍‌ ସହ ଗତ ରାତି ସ୍ମରଣୀୟ ଥିଲା। ବଢିଆ ଖାଦ୍ୟ, ମଜାଦାର ମୁହୂର୍ତ୍ତ ଏବଂ ପରଫେକ୍ଟ ଟିମ୍‌ ଇଭିନିଂ ।

ସମ୍ବନ୍ଧିତ ଖବର