ପୁଣେରେ ଘର କିଣିଲେ ଧୋନି

ପୁଣେ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ବ କ୍ରିକେଟ୍‌ର ଅନ୍ୟତମ ଧନୀ ଖେଳାଳି ମହେନ୍ଦ୍ର ସିଂହ ଧୋନି ପୁଣେର ପିମ୍ପରି-ଚିଞ୍ଚୱାଦ ସହରାଞ୍ଚଳରେ ଏକ ଘର କିଣିଛନ୍ତି। ସେ ମଧ୍ୟ ମୁମ୍ବାଇରେ ଏକ ସୁନ୍ଦର ବାସଗୃହ ନିର୍ମାଣ କରୁଛନ୍ତି। ଏହି ନିର୍ମାଣାଧୀନ ଘରର ଫଟୋ କିଛି ଦିନ ତଳେ ଧୋନିଙ୍କ ପତ୍ନୀ ସାକ୍ଷୀ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିଲେ। ତେବେ ୨୦୧୧ ବିଶ୍ବକପ୍ ବିଜୟୀ ଅଧିନାୟକ ଧୋନି ପୁଣେ ସହର ପ୍ରେମରେ ପଡ଼ି ଯାଇଥିଲା ଭଳି ଲାଗୁଛି।

ସେଥିପାଇଁ ସେ ମୁମ୍ବାଇଠାରୁ ବେଶି ଦୂର ନଥିବା ସ୍ଥାନୀୟ ରାଭେତ ଅଞ୍ଚଳରେ ଥିବା ଏଷ୍ଟାଡୋ ପ୍ରେସିଡେନସିଆଲ ସୋସାଇଟଟିରେ ଆଉ ଏକ ଘର କିଣି ନେଇଛନ୍ତି। ଆଇପିଏଲ୍‌ର ଚର୍ତୁଦଶ ସଂସ୍କରଣ ଅଧାରୁ ବନ୍ଦ ହୋଇଯିବା ପରେ ଧୋନି ସଂପ୍ରତି ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସରେ ପରିବାର ସହ ରହୁଛନ୍ତି। ଆଇପିଏଲ୍‌ର ଅବଶିଷ୍ଟାଂଶ ସେପ୍ଟେମ୍ବର-ଅକ୍ଟୋବରରେ ହେବାକୁ ବିସିସିଆଇ ଘୋଷଣା କରିଥିବାରୁ ଧୋନି ପୁଣି ଥରେ ଏଥିରେ ଖେଳୁଥିବାର ଦେଖିବାକୁ ମିଳିବେ।

ସମ୍ବନ୍ଧିତ ଖବର