ଧୋନି ଭାଇ ରାଗିଥିଲେ, କିନ୍ତୁ ସାବାସୀ ଦେଇଥିଲେ: ଚହର

ନୂଆଦିଲ୍ଲୀ: ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଗତ ଶନିବାର କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବିପକ୍ଷ ମ୍ୟାଚ୍‌ ବେଳେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦ୍ରୁତ ବୋଲର ଦୀପକ ଚହରଙ୍କ ଉପରେ ବହୁତ ରାଗି ଯାଇଥିଲେ। ମ୍ୟାଚ୍‌ ବେଳେ ରାଗିଥିବା ଧୋନି ଭାଇ ଖେଳ ଶେଷ ବେଳେ ମୋତେ କୁଣ୍ଢାଇ ସାବାସୀ ଦେଇଥିଲେ ‌ବୋଲି ଚହର କହିଛନ୍ତି। ଶନିବାରର ଏହି ମ୍ୟାଚ୍‌କୁ ଚେନ୍ନାଇ ୨୨ ରନ୍‌ରେ ଜିତିଥିଲା। ହେଲେ ଏହି ମ୍ୟାଚ୍‌ର ୧୯ତମ ଓଭରକୁ ନେଇ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବୋଲର ଦୀପକ ଚହରଙ୍କ ଉପରେ ବହୁତ ରାଗିଥିଲେ। ପଞ୍ଜାବକୁ ବିଜୟ ପାଇଁ ୧୨ ବଲ୍‌ରେ ୩୯ ରନ୍‌ ଦରକାର ଥିଲା। ବୋଲିଂକୁ ଆସିଥିବା ଚହରଙ୍କ ପ୍ରଥମ ବଲ୍‌ରେ ପଞ୍ଜାବର ସର୍ଫରାଜ ଖାନ୍‌ ‌ଚୌକା ମାରିଥିଲେ ଏବଂ ଏହି ବଲ୍‌କୁ ଅମ୍ପାୟାର ନୋ’ବଲ୍‌ ଡାକିବା ସହ ଫ୍ରି ହିଟ୍‌ ସଂକେତ ଦେଇଥିଲେ। ଏହା ପର ପୁଣି ସେ ନୋ’ ବଲ୍ ପକାଇଥିଲେ। ଏପରି ଖରାପ ବୋଲିଂ ପାଇଁ ଚହରଙ୍କ ଉପରେ ଧୋନି ରାଗି ଯାଇଥିଲେ। ଏହା ପରେ ଚହର କିନ୍ତୁ ବୋଲିଂରେ ସୁଧାର ଆଣି ଏହି ଓଭରରେ ୧୩ ରନ୍‌ ବ୍ୟୟ କରିବା ସହିତ ଗୋଟିଏ ୱିକେଟ୍‌ ନେଇ ଦଳକୁ ବିଜୟ ମୁହାଁ କରିଥିଲେ।

ସମ୍ବନ୍ଧିତ ଖବର