ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗ୍ସକୁ ପୁଣିଥରେ ବିଜୟ ଧାରାକୁ ଫେରିବାକୁ ହେଲେ କିଛି କଠିନ ନିଷ୍ପତ୍ତି ନେବାକୁ ହେବ ବୋଲି ଭାରତୀୟ ଦଳର ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝା ମତ ଦେଇଛନ୍ତି। ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚେନ୍ନାଇ ଲଗାତାର ତିନିଟି ମ୍ୟାଚରେ ପରାଜିତ ହୋଇଛି। ଏପରିକି ପ୍ରଥମ ୪ଟି ମ୍ୟାଚ ପରେ ଚେନ୍ନାଇ ପଏଣ୍ଟ ତାଲିକାର ସବୁଠୁ ତଳେ ରହିଛି। ଏହି ମ୍ୟାଚଗୁଡ଼ିକ ମଧ୍ୟରେ ଫାଫ୍ ଡୁପ୍ଲେସିସ୍, ସାମ କରନ, ମହେନ୍ଦ୍ର ସିଂହ ଧୋନି ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ସେମାନେ ବିଫଳ ହେଲେ ଏହାକୁ ନେଇ ଦଳକୁ ସମାଲୋଚନା କରାଯାଉଛି।
ଏପରିସ୍ଥିତିରେ ସିଏସ୍କେ କେବଳ କିଛି ନିର୍ଦ୍ଧିଷ୍ଟ ଖେଳାଳିଙ୍କ ଉପରେ ନିର୍ଭର ନକରି ପ୍ରତ୍ୟେକ ଖେଳାଳିଙ୍କଠୁ ଅବଦାନ ଆବଶ୍ୟକ କରୁଥିବା ପ୍ରଜ୍ଞାନ କହିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ସିଏସ୍କେ ଆରମ୍ଭରୁ ୱିକେଟ ହରାଇଥିଲା। କେଦାର ଯାଦବ ମଧ୍ୟ ସାମର୍ଥ୍ୟ ଅନୁଯାୟୀ ଖେଳିନଥିଲେ। ତେଣୁ ରସିଦ ଖାନ୍ଙ୍କ ଓଭରକୁ ଧୋନି ରକ୍ଷଣାତ୍ମକ ଖେଳିବାକୁ ବାଧ୍ୟ ହୋଇଥିଲେ। କାରଣ ଏପରିସ୍ଥିତିରେ ସେ ତାଙ୍କ ୱିକେଟ ହରାଇବାକୁ ଚାହୁଁନଥିଲେ। ଯଦି ଧୋନି ଆଉଟ ହୋଇଯାଇଥା‘ନ୍ତେ, ତାହେଲେ ରବୀନ୍ଦ୍ର ଜାଦେଜା ଅର୍ଧଶତକ ଅର୍ଜନ କରିପାରିନଥା’ନ୍ତେ। ଗୋଟିଏ ପଟରୁ ଧୋନି ତାଙ୍କୁ ସମର୍ଥନ ଜଣାଉଥିବାରୁ ଜାଦେଜା ଏହି ସଫଳତା ପାଇପାରିଥିଲେ। ତେଣୁ ଧୋନି ପ୍ରତ୍ୟେକ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ବ ଦେଇଆସିଥବା ପ୍ରଜ୍ଞାନ କହିଛନ୍ତି। ତେବେ କେଦାର ଯାଦବଙ୍କ ବର୍ତ୍ତମାନ ପ୍ରଦର୍ଶନକୁ ଆଧାର କରି ତାଙ୍କୁ ସିଏସ୍କେର ଚୂଡ଼ାନ୍ତ ଏକାଦଶରେ ସେ କେବେ ବି ନେବାକୁ ଚାହିଁବେ ନାହିଁ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/pragyan-ojha.jpg)