ଚିକେନ ଏବଂ କ୍ଷୀର ବିନା ରହି ପାରନ୍ତି ନାହିଁ ଏମ୍‌ଏସ୍‌ ଧୋନି; ଆସନ୍ତୁ ଜାଣିବା ୩୬ବର୍ଷରେ ବି କିପରି ରଖନ୍ତି ନିଜକୁ ଫିଟ୍‌

ମୁମ୍ବାଇ : ପ୍ରାୟ ଦୁଇ ବର୍ଷର ବ୍ୟବଧାନ ପରେ ମଧ୍ୟ ଆଇପିଏଲ୍‌ ଏକାଦଶ ସଂସ୍କରଣର ବିଜେତା ସାଜି ଚେନ୍ନାଇ ସୁପର କିଙ୍ଗସ୍‌ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିଛି। କିଛି ସମାଲୋଚକ ଏହାକୁ ବୁଢ଼ାମାନଙ୍କର ଟିମ୍‌ କହୁଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ମହେନ୍ଦ୍ର ସଂ ଧୋନିଙ୍କ ଟିମ୍‌ର ବିଜୟ ସେମାନଙ୍କ ମୁହଁରେ ତାଲା ପକାଇଦେଇଛି। ମ୍ୟାଚ୍‌ ପରେ ହୋଇଥିବା ଏକ ଇଣ୍ଟର୍‌ଭ୍ୟୁରେ ଧୋନି କହିଛନ୍ତି ଫିଟ୍‌ ରହିବାର ବୟସ ସହ କିିଛି ସଂପର୍କ ନାହିଁ । ଧୋନି ୩୬ ବର୍ଷ ବୟସରେ ମଧ୍ୟ ଖେଳ ପଡ଼ିଆ ଉପରେ କୌଣସି ନୂଆ ଖେଳାଳିଠାରୁ କମ୍‌ ଜୋଶର ସହ ଖେଳନ୍ତି ନାହିଁ । ନିଜକୁ ଫିଟ୍‌ ରଖିବା ପାଇଁ ବହୁ ସମୟ ଧରି ବ୍ୟାୟାମ କରିବା ସହ ଜିମ୍‌ରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଇଥାନ୍ତ ଧୋନିି । ଏଥି ସହ ବ୍ୟାଡ଼୍‍ମିଣ୍ଟନ୍‌ ଏବଂ ଫୁଟ୍‌ବଲ୍‌ ଭଳି ଖେଳ ମଧ୍ୟ ଖେଳିଥାନ୍ତି । ତେବେ ଆସନ୍ତୁ ଜାଣିବା ଧୋନିଙ୍କ ଡ଼ାଏଟ୍‌ ଏବଂ ଫିଟ୍‌ନେସ୍‌ ଫଣ୍ଡା।
ଧୋନି ଖାଲି ଯେ ବ୍ୟାୟାମ କରିଥାନ୍ତି ତାହା ନୁହଁ ବରଂ ଖାଦ୍ୟ ଗ୍ରହଣରେ ମଧ୍ୟ ବିଶେଷ ଧ୍ୟନ ଦେଇଥାନ୍ତି । ସେ ନିୟମିତ ଭାବେ କ୍ଷୀର ପିଇବା ସହ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଏଥିରୁ ତାଙ୍କୁ କ୍ୟାଲସିୟମ୍‌ , ପୋଟାସିୟମ୍‌ , ଭିଟାମିନ୍‌ ଡ଼ି ଆଦି ପୋଷକ ଭରପୂର ମାତ୍ରାରେ ମିଳିଥାଏ । ଯାହା ଦ୍ୱାରା ତାଙ୍କ ଶରୀରରେ ଶକ୍ତି ସୃଷ୍ଟି ହୋଇଥାଏ ଏବଂ ସେ ଅଧିକ ସମୟ ପର୍ଯ୍ୟନ୍ତ ଖେଳକୁଦ କରିପାରନ୍ତି ।
ମିଡ଼ିଆ ରିପୋର୍ଟ ଅନୁଯାୟୀ ଧୋନିଙ୍କୁ ଘରେ ପ୍ରସ୍ତୁତ ଖାଦ୍ୟ ଭଲ ଲାଗିଥାଏ ।

India Today

ସେ ସକାଳ ଜଳଖିଆରେ ଡ଼୍ରାଏଫୁଡ଼୍‍ , ସତେଜ ଫଳ ସହ ଗୋଟିଏ ଗ୍ଲାସ୍‌ କ୍ଷୀର ପିଇଥାନ୍ତି । ଦ୍ୱିପ୍ରହରରେତାଙ୍କୁ ରୁଟି , ଡ଼ାଲି, ସାଲାଡ଼ ସହ ଚିକେନ ତରକାରୀ ଖାଇବା ଖୁବ୍‌ ପସନ୍ଦ । ଧୋନି କେବେ ମଧ୍ୟ ତାଙ୍କର ସନ୍ଧ୍ୟା ବେଳର ଜଳଖିଆ ଛାଡ଼ କରନ୍ତି ନାହିଁ । ଏହି ସମୟରେ ସେ ଚିକେନ୍‌ ସାଣ୍ଡଓ୍ଵିଚ୍‌ ଏବଂ ଦହି ଖାଇବା ପସନ୍ଦ କରିଥାନ୍ତି ।
ରାତିରେ ଧୋନି ୨-୩ଟି ରୁଟି ସହ ଚିକେନ୍‌ ତରକାରୀ ଏବଂ ସାଲାଡ଼ ଖାଇବା ପାଇଁ ପସନ୍ଦ କରିଥାନ୍ତି । ସେହି ଭଳି ମ୍ୟାଚ୍‌ ସମୟରେ ଶରୀରରେ ଉର୍ଜା ରଖିବାପାଇଁ ଏନର୍ଜି ଡ଼ିଙ୍କ୍‌ ଏବଂ ସତେଜ ଫଳରସ ପିଇଥାନ୍ତି । ତାଙ୍କୁ ବାହାରର ଫାଷ୍ଟଫୁଡ୍‌ ଏବଂ କୋଲଡ୍‍ ଡ୍ରିଙ୍କ୍‌ ସୋଡ଼ା ଆଦି ପିଇବା ବିଲ୍‌କୁଲ୍‌ ପସନ୍ଦ ନୁହଁ ।

ସମ୍ବନ୍ଧିତ ଖବର