ଧୋନି ଖେଳ ଜାରି ରଖନ୍ତୁ: ମ୍ୟାକ୍‌ଗ୍ରା

ରାଞ୍ଚି: ପୂର୍ବତନ ଅଧିନାୟକ ମହେନ୍ଦ୍ର ସି˚ହ ଧୋନିଙ୍କ ଅଭିଜ୍ଞତା ଭାରତର ସୀମିତ ଓଭର ଦଳକୁ ଫାଇଦାରେ ରଖୁଛି ଏବ˚ ଯେପର୍ଯ୍ୟନ୍ତ ସେ ଖେଳକୁ ଉପଭୋଗ କରିପାରୁଛନ୍ତି, ସେପର୍ଯ୍ୟନ୍ତ ତାଙ୍କୁ ଖେଳିବାକୁ ସୁଯୋଗ ଦିଆଯାଉ ବୋଲି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଦ୍ରୁତ ବୋଲର ଗ୍ଲେନ୍‌ ମ୍ୟାକ୍‌ଗ୍ରା କହିଛନ୍ତି। ଏପରିକି ବିଶ୍ବକପ୍‌ ପରେ ବି ସେ ଖେଳ ଜାରି ରଖନ୍ତୁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ମ୍ୟାକ୍‌ଗ୍ରା ବର୍ତ୍ତମାନ ରାଞ୍ଚିରେ ଯୁବ ଦ୍ରୁତ ବୋଲରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଗତ ରବିବାର ପାକିସ୍ତାନ ବିପକ୍ଷରେ ଧୋନି ତାଙ୍କର ୩୪୧ତମ ଆନ୍ତର୍ଜାତିକ ଦିନିକିଆ ଖେଳିଥିଲେ। ଯାହାଫଳରେ ବର୍ତ୍ତମାନ ସେ ରାହୁଲ ଦ୍ରାବିଡ୍‌ଙ୍କୁ ଟପିଯାଇ ଦ୍ବିତୀୟ ଭାରତୀୟ ଖେଳାଳି ଭାବେ ସର୍ବାଧିକ ମ୍ୟାଚ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ତଥାପି ଗତ କିଛି ବର୍ଷ ହେବ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ହ୍ରାସ ପାଉଥିବାରୁ ତାଙ୍କ ବିଷୟରେ ଅନେକ ଆଲୋଚନା ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୭୮, ଯେତେବେଳେ କି ତାଙ୍କର ଖେଳଜୀବନର ଷ୍ଟ୍ରାଇକ୍‌ରେଟ୍‌ ହେଉଛି ୮୭। ତଥାପି ଧୋନି ଗତ ଆଇପିଏଲ୍‌ରେ ତାଙ୍କ ବ୍ୟାଟର ଯାଦୁ ଦେଖାଇଥିଲାବେଳେ ନିକଟରେ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୪ ବଲ୍‌ରୁ ଦ୍ରୁତ ୨୭ ରନ୍‌ ସ˚ଗ୍ରହ କରି ପୁରୁଣା ଦିନକୁ ଫେରିଗଲା ଭଳି ପ୍ରଦର୍ଶନ ଦେଇଛନ୍ତି। ଝାଡ଼ଖଣ୍ତ କ୍ରିକେଟ୍‌ ସ˚ଘ ପକ୍ଷରୁ ବୋଲରଙ୍କ ପାଇଁ ସୋମବାରଠୁ ଦୁଇଦିନିଆ କର୍ମଶାଳା ଆୟୋଜନ ହୋଇଥିଲାବେଳେ ଏଠାରେ ମ୍ୟାଗ୍ରା ଯୋଗଦେଇ ଯୁବ ବୋଲରଙ୍କୁ ବିଭିନ୍ନ ଉପଦେଶ ଦେଇଛନ୍ତି। ଏପରିକି ସେ ବୋଲି˚ ପ୍ରଶିକ୍ଷକଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରବେ ବୋଲି ରାଜ୍ୟ ସ˚ଘ ସମ୍ପାଦକ ଦେବାଶିଷ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ମ୍ୟାକ୍‌ଗ୍ରା ଅଷ୍ଟ୍ରେଲିଆ ପାଇଁ ଟେଷ୍ଟରେ ୫୬୩ ଓ ଦିନିକିଆରେ ୩୮୧ ଵିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର