ଗ୍ଲୋଭସରେ ସେନାର ବଳିଦାନ ଲୋଗୋ ପ୍ରସଙ୍ଗରେ ଆଇସିସି କହିଲା- ଧୋନି ନିୟମ ଉଲଂଘନ କରିଛନ୍ତି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିଶ୍ୱକପ୍‌-୨୦୧୯ରେ ଭାରତୀୟ ଟିମ୍‌ର ସଦସ୍ୟ ମହେନ୍ଦ୍ର ସିଂହ ଧୋନି ନିୟମ ଉଲଂଘନ କରିଛନ୍ତି ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର କହିଛି। ମହେନ୍ଦ୍ର ସିଂହ ଧୋନିଙ୍କ ଗ୍ଲୋଭସରେ ସେନାର ବଳିଦାନ ଲୋଗୋ ପ୍ରସଙ୍ଗରେ ଆଇସିସି କହିଛି, ଧୋନି ଏଭଳି ଲୋଗୋ ଥିବା ଗ୍ଲୋବସ୍‌ ପିନ୍ଧିବାର ନଥିଲା। ଆଇସିସି ପୁଣି କହିଛି ଯେ, ଗ୍ଲେଭସ୍‌ରେ କୌଣସି ନିଦ୍ଦିଷ୍ଟ ବାର୍ତ୍ତା ଦିଆଯିବାର ନିୟମ ନାହିଁ।

ଅନ୍ୟପଟରେ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ନେଇ କ୍ରମାଗତ ଭାବେ ଚର୍ଚ୍ଚା ହେଉଛି। ଲୋକେ ଏଭଳି ଏକ ସମୟରେ ୨୦୧୧ ମାର୍ଚ୍ଚ ୩୦ରେ ପଂଜାବର ମୋହାଲି ଠାରେ ଖେଳାଯାଇଥିବା ଏକ ମ୍ୟାଚ୍‌ର ଭିଡିଓ ସେୟାର କରିଛନ୍ତି। ଏଥିରେ ଭାରତ ବିପକ୍ଷରେ ଖେଳାଯାଇଥିବା ସେହି ମ୍ୟାଚରେ ପାକିସ୍ତାନୀ ଟିମ୍‌କୁ ପଡ଼ିଆରେ ନମାଜ ପଢୁଥିବା ଦେଖାଯାଇଛି।

ପାକିସ୍ତାନୀ ମୂଳ ନିବାସୀ କାନାଡୀୟ ଲେଖକ ତାରିଖ ଫତେହ ମଧ୍ୟ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ଏହି ଅପିଲ ଉପରେ ଅଭିଯୋଗ ଆଣିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ପାକିସ୍ତାନୀ ଟିମ ଯେତେବେଳେ ପଡ଼ିଆରେ ନମାଜ ପଢୁଛି, ସେହି ସମୟରେ ଆଇସିସି କାହିଁକି ଅଭିଯୋଗ କରୁନାହିଁ।

Zee News

୩୭ ବର୍ଷିଅ ଧୋନିଙ୍କ ଗ୍ଲୋଭସ୍‌ରେ ‘ବଳିଦାନ ଲୋଗୋ’ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ସମୟରେ ଦେଖାଯାଇଥିଲା। ମ୍ୟାଚ୍‌ର ୪୦ତମ ଓଭରରେ ୟୁଜବେନ୍ଦ୍ର ଚହଲଙ୍କ ବଲକୁ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସ୍‌ମ୍ୟାନ୍‌ ଆଣ୍ଡିଲେ ଫେହଲୁକଓ୍ଵାଓଙ୍କୁ ଷ୍ଟମ୍ପିଂ କରୁଥିବା ଲୋଗୋ ଦେଖାଯାଇଥିଲା।

ସମ୍ବନ୍ଧିତ ଖବର