ପ୍ରଶଂସକଙ୍କ ସାମ୍ନାରେ ଭାବବିହ୍ଵଳ ହେଲେ ଏମ.ଏସ୍‌. ଧୋନି

ଚେନ୍ନାଇ ସୁପର କିଙ୍ଗସକୁ ଫେରିବା ପରେ ଧୋନିଙ୍କ ଭିଡିଓ ଭାଇରାଲ

ଚେନ୍ନାଇ: ଦୁଇ ବର୍ଷ ବାସନ୍ଦ ହେବା ପରେ ଆଇପିଏଲ ସିଜିନ-୧୧କୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ । ଟିମ୍‌ ଏବେଠୁ ରଣନୀତି ପ୍ରସ୍ତୁତ କରିସାରିଛି । ଅଭ୍ୟାସ କରିବା ସହ ଖେଳାଳିମାନେ ବିଜ୍ଞାପନ ସୁଟିଙ୍ଗ ଓ ପ୍ରମୋଶନରେ ବ୍ୟସ୍ତ ଅଛନ୍ତିି । ଚେନ୍ନାଇ ସୁପର କିଙ୍ଗସର କ୍ୟାପ୍‌ଟେନ ଧୋନିଙ୍କ ଏକ ଭିଡିଓ ନିକଟରେ ଭାଇରାଲ ହୋଇଛି, ଏଥିରେ ପ୍ରଥମ ଥର ପାଇଁ ଧୋନି ତାଙ୍କ ଫ୍ୟାନ୍‌ଙ୍କ ସାମ୍ନାରେ ଭାବବିହ୍ଵଳ ହୋଇପଡିଥିଲେ।

ଧୋନି କହିଛନ୍ତି, ମୁଁ ପଛ କଥାକୁ ଭୁଲି ଭବିଷ୍ୟତ ପ୍ରତି ଧ୍ୟାନ ଦେଉଛି । ଆଗକୁ ଯାହା ହେବ ତାହା ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ । ମୁଁ ଦୁଇ ବର୍ଷ ହେଲା ପୁଣେ ସୁପରଜ୍ୟାଣ୍ଟ ପାଇଁ ଖେଳୁଥିବା ସମୟରେ ଯେତିକି ଖୁସି ଥିଲି, ଆଜି ଚେନ୍ନାଇ ଟିମ କୁ ଫେରିବା ପରେ ତାହା ଠାରୁ ଅଧିକ ଖୁସି ଅଛି ।

ସେହେବାଗ ଧୋନିଙ୍କୁ ପଚାରିଲେ, ଭାରତ ୨୦୧୯ ଓ୍ଵାଲଡ କପ୍‌ ଜିତିପାରିବ, ଯଦି ଧୋନି…

ଧୋନି କହିଲେ ମୁଁ ଯେବେଠୁ ଟି-ଟ୍ଵଣ୍ଟି ଖେଳିବା ଆରମ୍ଭ କରିଛି ସେବେଠୁ ଟିମ୍‌ ଇଣ୍ଡିଆ ପାଇଁ ଖେଳୁଛି । ଏହା ପରେ ମୁଁ ଆଇପିଏଲରେ ଆଠ ବର୍ଷ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଲି । ଏଥି ପାଇଁ ନିଜକୁ ହଳଦିଆ ପୋଷାକରେ ଦେଖିବା ମୋ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଧୋନି ପୁଣି ଚେନ୍ନାଇକୁ ଉତ୍ସାହିତ କରିବା ପାଇଁ କହିଲେ ‘ ଉଇ ଆର ବ୍ୟାକ, ଉଇ ଆର ବ୍ୟାକ’ । ଏହା ପରେ ଧୋନିଙ୍କ ଆଖିରୁ ଲୁହ ବୋହୁଥିବା ଦେଖି ସାଥୀ ଖେଳାଳି ସୁରେଶ ରାଇନା ତାଙ୍କୁ ପାଣି ବୋତଲ ଦେଇଥିଲେ ।

ଚେନ୍ନାଇ ସୁପର କିଙ୍ଗସ ଧୋନି, ସୁରେଶ ରାଇନା, ଓ ଜାଡେଜାଙ୍କୁ ପୁଣି ଦଳକୁ ଫେରାଇ ଆଣିଛି । ଏଥର ଦଳର ପ୍ରଥମ ଲକ୍ଷ୍ୟ ହେଉଛି ଧୋନିଙ୍କ ନେତୃତ୍ତ୍ୱରେ ଆଇପିଏଲ ସିଜିନ-୧୧ର ବିଜେତା ହବ । ଏଥର ଚେନ୍ନାଇର ପ୍ରଥମ ମୁକାବୁଲା ଏପ୍ରିଲ ୭ ରେ ମୁମ୍ବାଇ ସହ ହେବ ।

ସମ୍ବନ୍ଧିତ ଖବର