ବ୍ୟାଟ୍‌ ବଦଳରେ ବନ୍ଧୁକ ଧରିଲେ ମାହି, ଜାଣନ୍ତୁ ପୂରା କାହାଣୀ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପଡ଼ିଆରେ ଲମ୍ବା ଲମ୍ବା ଛକା ମାରିବାରେ ମାହିର। କିନ୍ତୁ ଏଥର ତାଙ୍କର ଏକ ନୂଆ ଅବତାର ଦେଖିବାକୁ ମିଳିଛି। ଧୋନି ସୁଟିଙ୍ଗ କରୁଥିବାର ଏକ ଭିଡିଓ ଟ୍ଵିଟ୍‌ କରିଛନ୍ତି। ଯେଉଁଥିରେ ସେ ଗୋଟିଏ ପରେ ଗୋଟିଏ ଗୁଳି ଚଳାଉଥିବାର ଦେଖାଯାଇଛି।

ଭିଡିଓକୁ ଟ୍ଵିଟ୍‌ କଲା ବେଳେ ଧୋନି ଲେଖିଛନ୍ତି ଯେ, ବିଜ୍ଞାପନ ସୁଟିଙ୍ଗ କରିବାରୁ ଅଧିକ ମଜା ଗୁଳି ଚଳାଇବାରେ ଆସିଥାଏ। ୩୦ ସେକେଣ୍ଡର ଏହି ଭିଡିଓରେ ଧୋନୟି ୧୫ ଥର ଗୁଳି ଚଳାଇଛନ୍ତି। ଏପରିକି କିଛି ଗୁଳି ଲକ୍ଷ୍ୟ ସ୍ଥାନରେ ମଧ୍ୟ ବାଜିଛି। ଗୁଳି ଚାଳନା ସରିବା ପରେ ଧୋନି ନିଜ ବନ୍ଧୁକକୁ ରଖୁଥିବାର ଦେଖିବାକୁ ମିଳିଛି।

ତେବେ ଧୋନି ଏବେ ଆଇପିଏଲ ମ୍ୟାଚରେ ବ୍ୟସ୍ତ ରହୁଛନ୍ତି। ଏହି ବ୍ୟସ୍ତତା ଭିତରେ ମଧ୍ୟ ସେ ସମୟ ବାହାର କରି ନିଜ ସଉକ ପୂରା କରିବା ପାଇଁ ଗୁଳି ଚାଳନା କରିଛନ୍ତି। ଧୋନିଙ୍କୁ ପ୍ରାୟତଃ ଏପରି ସାହସିକ କାର୍ଯ୍ୟ କରୁଥିବାର ଦେଖାଯାଇଥାଏ। ହର୍ସ ରାଇଡିଂ ଠାରୁ ଆରମ୍ଭ କରି ଧୋନିଙ୍କର ବାଇକ ପ୍ରେମ ଥିବା କଥା ପ୍ରାୟ ସମସ୍ତେ ଜାଣିଛନ୍ତି। ଏହା ସହ ବିଜ୍ଞାପନରେ ସେ ଆକାଶରୁ ଡେଉଁଥିବାର ଦୃଶ୍ୟ ମଧ୍ୟ ରହିଛି। ଧୋନିଙ୍କର ଏଭଳି ସାହସିକତାକୁ ଦେଖି ତାଙ୍କୁ ପ୍ରାଦେଶିକ ସେନା ପକ୍ଷରୁ ଲେଫ୍‌ଟନାଣ୍ଟ ଜେନେରାଲ କର୍ଣ୍ଣେଲ ଉପାଧି ମଧ୍ୟ ଦିଆଯାଇଛି।

ନିକଟରେ ଧୋନୀ ସେନା ପୋଷାକ ପରିଧାନ କରି ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଭୂଷଣ ଉପାଧି ଗ୍ରହଣ କରିଥିଲେ। ସେନା ପୋଷାକ ପିନ୍ଧି ଉପାଧି ଗ୍ରହଣ କରିବା ପଛରେ ରହିଥିବା କାରଣକୁ ନେଇ ଧୋନି ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେବା ଏକ ଗର୍ବର ବିଷୟ। ଆଉ ଏହି ଉପାଧିକୁ ସେନା ପୋଷାକରେ ଗ୍ରହଣ କରିବା ଏହି ଖୁସିକୁ ଦଶ ଗୁଣା ବଢାଇ ଦେଇଥାଏ। ତେବେ ଏହି ଅବସରରେ ସେନା ଜବାନ ମାନଙ୍କୁ ମଧ୍ୟ ଧୋନି ଧନ୍ୟବାଦ ଦେଇଥିଲେ।

ଧୋନି ପୋଷ୍ଟ କରି କହିଛନ୍ତି ଯେ, ଯେଉଁ ମହିଳା କିମ୍ବା ପୁରୁଷ ସେନାରେ ରହି ଦେଶ ପାଇଁ ସେବା କରୁଛନ୍ତି ଏବଂ ତାଙ୍କ ପରିବାର ମଧ୍ୟ ଅନେକ କଷ୍ଟ ଉଠାଉଛନ୍ତି ସେଥିପାଇଁ ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ। ସେମାନଙ୍କର ଜଳାଞ୍ଜଳି ପାଇଁ ହିଁ ଆମେ ଶାନ୍ତିରେ ରହୁଛୁ ଏବଂ ଆମେ ନିଜ ଅଧିକାର ସହ ବଞ୍ଚିପାରୁଛୁ ବୋଲି ଧୋନି କହିଛନ୍ତି।

ସମ୍ବନ୍ଧିତ ଖବର