ଚର୍ଚ୍ଚା‌ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି : ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ ୮ ବର୍ଷ ହେଲା ପାକିସ୍ତାନୀ ଫ୍ୟାନଙ୍କୁ ଦେଉଛନ୍ତି ମାଗଣା ଟିକେଟ!

ନୂଆଦିଲ୍ଲୀ : ବିଶ୍ୱକପ ଟାଇଟଲ ପାଇଁ ଇଂଲଣ୍ଡରେ ଚାଲିଛି ଜୋରଦାର ଲଢେଇ। ଟାଇଟଲ ରେସରେ ଭାରତ ଆଗରେ ଥିବା ବେଳେ ୨ଟି ବିଜୟ ପରେ ଖେଳାଳିଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇଛି। କେବଳ ଖେଳରେ ନୁହେଁ ବରଂ ଖେଳୁଆଡ ମନୋଭାବ ପାଇଁ କ୍ରିକେଟପ୍ରେମୀଙ୍କ ମନ ଜିଣିଛନ୍ତି ଭାରତୀୟ ଖେଳାଳି। ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଯେଉଁ ଖେଳୁଆଡ ମନୋଭାବ ଦେଖାଇଥିଲେ ତାହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ଏବେ ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ତାହା ବି ପୁଣି ପାକିସ୍ତାନ ଜନ୍ମିତ କ୍ରିକେଟ ଫ୍ୟାନଙ୍କ ସହ ସର୍ମ୍ପକକୁ ନେଇ। କରାଚୀରେ ଜନ୍ମ ନେଇଥିବା ପାକିସ୍ତାନ କ୍ରିକେଟପ୍ରେମୀ ମହମ୍ମଦ ବସିରଙ୍କ ସହ ଧୋନିଙ୍କ ସର୍ମ୍ପକ ବିଷୟରେ ଖୁବ୍ କମ ଲୋକ ଜାଣିଥିବେ। ଭାରତ-ପାକିସ୍ତାନ ମଧ୍ୟରେ ୨୦୧୧ ବିଶ୍ୱକପ ସେମିଫାଇନାଲ ପରଠାରୁ ଧୋନି ଓ ମହମ୍ମଦଙ୍କ ମଧ୍ୟରେ ସର୍ମ୍ପକ ଅଧିକ ଘନିଷ୍ଠ ହୋଇଛି।

ଭାରତ-ପାକିସ୍ତାନ ପ୍ରତ୍ୟେକ ମ୍ୟାଚର ଟିକେଟ ଧୋନିଙ୍କ ଠାରୁ ପାଇଥାନ୍ତି ପାକିସ୍ତାନ କ୍ରିକେଟ ପ୍ରେମୀ ମହମ୍ମଦ ବସିର। ଏପରିକି ଆସନ୍ତା ୧୬ ତାରିଖ ମ୍ୟାଚ୍ ପାଇଁ ବସିରଙ୍କ ପାଖରେ ଟିକେଟ ନଥିବା ସତ୍ତ୍ୱେ ମଧ୍ୟ ଚିକାଗୋରୁ ମାଞ୍ଚେଷ୍ଟର ଆସିଛନ୍ତି। ଧୋନି ହିଁ ତାଙ୍କୁ ମ୍ୟାଚ୍ ଦେଖିବା ପାଇଁ ନିଶ୍ଚିତ ଭାବେ ଟିକେଟ ଦେବେ ବୋଲି ବସିରଙ୍କ ଦୃଢବିଶ୍ୱାସ ରହିଛି। ଚିକାଗୋରୁ ମାଞ୍ଚେଷ୍ଟର ଆସିବା ପାଇଁ ଯେତିକି ଯାତ୍ରା ଖର୍ଚ୍ଚ ହେଉଛି ଏବେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ମଧ୍ୟ ସେତିକି ଦରରେ ଟିକେଟ ବିକ୍ରି ହେଉଛି। କିନ୍ତୁ ଧୋନିଙ୍କ ପାଇଁ ମୋତେ ଟିକେଟକୁ ନେଇ ଚିନ୍ତା କରିବାକୁ ପଡୁନାହିଁ ।

ଟିକେଟ ପାଇଁ ଧୋନିଙ୍କୁ ଫୋନ୍ କରିବାକୁ ପଡିନଥାଏ। ସେ ବ୍ୟସ୍ତ ରହୁଥିଲେ ମଧ୍ୟ ଚିକାଗୋରୁ ଆସିବା ପୂର୍ବରୁ ହିଁ ମୋତେ ଟିକେଟ ଦେବା ନେଇ ନିଶ୍ଚିତ କରିଥାନ୍ତି। ମୋହାଲି ମ୍ୟାଚ୍ ଅଥାର୍ତ ୨୦୧୧ ସେମିଫାଇନାଲରେ ଧୋନି ମୋତେ ଟିକେଟ ଦେବା ପରେ ଏହି ସର୍ମ୍ପକ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର