ଇଚ୍ଛା ଅନୁଯାୟୀ ଖେଳ ଛାଡ଼ିବାର ଅଧିକାର ଧୋନିଙ୍କ ରହିଛି: କ‌େର୍ଷ୍ଟନ

ନୂଆଦିଲ୍ଲୀ: ଵାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କାର ନୁଆନ୍‌ କୁଲସେକରାଙ୍କ ବଲ୍‌କୁ ଭାରତୀୟ ଅଧିନାୟକ ମହେନ୍ଦ୍ର ସି˚ହ ଧୋନି ମିଡ୍‌ ଅନ୍‌ ଅଞ୍ଚଳକୁ ଛକା ମାରି ଦଳକୁ ୨୮ ବର୍ଷ ପରେ ବିଶ୍ବ ବିଜେତା କରାଇଥିଲେ। ଏହି ବିଜୟ ଉତ୍ସବ କୋଟି କୋଟି ପ୍ରଶ˚ସକଙ୍କ ପାଇଁ ସ୍ବତନ୍ତ୍ର ଥିଲା। ପ୍ରଶ˚ସକଙ୍କ ସହ ତତ୍କାଳୀନ ଭାରତୀୟ ଦଳର ପ୍ରଶିକ୍ଷକ ଗ୍ୟାରି କ‌େର୍ଷ୍ଟନ ମଧ୍ୟ ସେହି ସ୍ମରଣୀୟ ରାତିକୁ ସ୍ପଷ୍ଟ ଭାବେ ମନେ ରଖିଛନ୍ତି। ଏକ ସାକ୍ଷାତକାରରେ ଗ୍ୟାରି କହିଛନ୍ତି ଯେ ଦଳର ସବୁ ଖେଳାଳିଙ୍କ ସହ ବିଶ୍ବକପ୍‌ ଯାତ୍ରା ଅନୁଭୂତି ଚମତ୍କାର ଥିଲା। ବିଶ୍ବକପ୍‌ ଜିତିବା ପାଇଁ ଅନେକ ଆଶା ଥିଲା ଓ ଖେଳାଳିମାନେ ତାହାକୁ ଅବିଶ୍ବସନୀୟ ଭାବେ ପୂରଣ କରିଥିଲେ ବୋଲି ଗ୍ୟାରି କହିଛନ୍ତି। ବିଶ୍ବ ବିଜେତା ହେବା ପରେ ଧୋନି ମଧ୍ୟ ଖେଳ ଜାରି ରଖିଛନ୍ତି। ତେବେ ତାଙ୍କର ଅବସରକୁ ନେଇ ସାମାଜିକ ଗଣମାଧ୍ୟମରେ ସବୁବେଳେ ଚର୍ଚ୍ଚା ଲାଗି ରହୁଛି। ଶେଷଥର ପାଇଁ ଧୋନି ୨୦୧୯ ବିଶ୍ବକପ୍‌ ସେମି ଫାଇନାଲ୍‌ରେ ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ନ୍ୟୁଜିଲାଣ୍ତ ବିପକ୍ଷରେ ଖେଳୁଥିବା ଦେଖାଯାଇଥିଲା। ତଥାପି ଭାରତ ପାଇଁ ୯୦ ଟେଷ୍ଟ, ୩୫୦ ଦିନିକିଆ ଓ ୯୮ ଟ୍ବେଣ୍ଟି-୨୦ ମ୍ୟାଚ ଖେଳିଥିବା ଧୋନି ଆଉ ନୀଳ ଜର୍ସିରେ ଦେଖାଯିବେ କି ନାହିଁ ଏଭଳି ଅନେକ ପ୍ରଶ୍ନ ଉଙ୍କିମାରୁଛି। ହେଲେ ଧୋନି କେବେ ଅବସର ନେବେ ସେ ନିଷ୍ପତ୍ତି ତାଙ୍କ ଉପରେ ଛାଡ଼ିଦିଆଯାଉ ବୋଲି ଗ୍ୟାରି କହିଛନ୍ତି।

ଗ୍ୟାରିଙ୍କ ମତରେ, ପ୍ରଶିକ୍ଷକ ହେବା ଅପେକ୍ଷା ଖେଳିବା ଅଧିକ ଆହ୍ବାନପୂର୍ଣ୍ଣ। ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେଇଥିବାରୁ ଏହା ତାଙ୍କ ପାଇଁ ଗୌରବର କଥା ଥିଲା। ବୀରେନ୍ଦ୍ର ସେହଵାଗ, ଗୌତମ ଗମ୍ଭୀର, ଯୁବରାଜ ସି˚ହ, ହରଭଜନ ସି˚ହ, ଜାହିର ଖାନ୍‌, ସୁରେଶ ରାଇନା, ଏମ୍‌ଏସ୍‌ ଧୋନିଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ସହ କିଂବଦନ୍ତି ଖେଳାଳି ସଚିନ ତେନ୍ଦୁଲକର ଓ ଭବିଷ୍ୟତ ତାରକା ଭାବେ ଗଢାହେଉଥିବା ବିରାଟ କୋହଲିଙ୍କୁ ମଧ୍ୟ ସେ ପ୍ରଶିକ୍ଷଣ ଦେଇଛନ୍ତି। ତେବେ ସଚିନ୍‌ଙ୍କ ସହ କାମ କରିବା ବହୁତ ସହଜ ଥିଲା। କାରଣ ଜଣେ ବ୍ୟକ୍ତି ଭାବେ ତାଙ୍କର ମଜବୁତ ଦୃଷ୍ଟିକୋଣ ଥିଲା। ବିରାଟ କୋହଲି ମଧ୍ୟ ୨୦୧୧ରେ ଜଣେ ମହାନ ଖେଳାଳି ହୋଇପାରିଥିଲେ ଓ ଏବେ ସେ ସର୍ବଶ୍ରେଷ୍ଠ ହୋଇପାରିଥିବା ଗ୍ୟାରି କହିଛନ୍ତି। କୋହଲି ୨୪୮ ଦିନିକିଆରୁ ୧୧୮୬୭ ରନ୍‌ ସ˚ଗ୍ରହ କରିଥିଲା ବେଳେ ଏବେ ସେ ସର୍ବାଧିକ ରନ୍‌ ସ˚ଗ୍ରହକାରୀଙ୍କ ମଧ୍ୟରେ ବିଶ୍ବରେ ଷଷ୍ଠ ସ୍ଥାନରେ ଅଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ସଚିନ୍‌ (୧୮୪୨୬), ଦ୍ବିତୀୟରେ କୁମାର ସାଙ୍ଗାକାରା (୧୪୨୩୪), ତୃତୀୟରେ ରିକି ପଣ୍ଟି˚ (୧୩୭୦୪), ଚତୁର୍ଥରେ ସନଥ ଜୟସୁରିଆ (୧୩୪୩୦) ଓ ପଞ୍ଚମରେ ମାହେଲା ଜୟବର୍ଧନେ (୧୨୬୫୦) ରହିଛନ୍ତି। ଏପରିକି ଦିନିକିଆରେ ସର୍ବାଧିକ ଶତକ ତାଲିକାରେ କୋହଲି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏବେ କୋହଲି ୪୩ ଶତକ ଅର୍ଜନ କରିସାରିଥିଲା ବେଳେ ସଚିନ୍‌ ତେନ୍ଦୁଲକରଙ୍କୁ ପଛରେ ପକାଇବାକୁ ହେଲେ ଆଉ ୭ଟି ଶତକ ଆବଶ୍ୟକ ହେଉଛି। ୨୦୧୪ରେ ଧୋନିଙ୍କଠୁ ଟେଷ୍ଟ ଅଧିନାୟକ ଦାୟିତ୍ବ ଗ୍ରହଣ କରିବା ପରେ ଭାରତକୁ ୧ନମ୍ବର ମାନ୍ୟତାରେ ପହଞ୍ଚାଇଥିଲେ। ପରେ ୨୦୧୭ରେ ସେ ଭାରତର ସୀମିତ ଓଭର ଦଳର ଅଧିନାୟକ ହୋଇଥିଲେ। ତଥାପି କୋହଲି ଓ ଧୋନିଙ୍କ ନେତୃତ୍ବ ନେବାର ଶୈଳୀ ଭିନ୍ନ ହୋଇଥିଲେ ବି ଭାରତୀୟ ଦଳ ପାଇଁ ଉଭୟ ସମାନ ଭାବେ ପ୍ରଭାବୀ ହୋଇପାରିଥିବା ଗ୍ୟାରି କହିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଦଳକୁ ପୁଣି ଥରେ ପ୍ରଶିକ୍ଷଣ ଦେବା ପାଇଁ ଯଦି ତାଙ୍କୁ ପ୍ରସ୍ତାବ ଦିଆଯାଏ, ଏହା ଉପରେ ସେ ବିଚାର କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ଗ୍ୟାରି ବିଭିନ୍ନ ପ୍ରଶିକ୍ଷକମାନଙ୍କୁ ଅନ୍‌ଲାଇନ୍‌ରେ ପ୍ରଶିକ୍ଷଣ ଦେଉଛନ୍ତି। ପ୍ରଶିକ୍ଷକଙ୍କ ସହ ଅଭିଭାବକ, ଶିକ୍ଷକ ଓ ଖେଳାଳିମାନଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ତାଙ୍କର େଵବ ପୋର୍ଟାଲରେ ପ୍ରଶିକ୍ଷଣ ଦିଆଯାଉଥିବା ଗ୍ୟାରି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର