ଲଣ୍ଡନ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶନିବାର ମ୍ୟାଚ୍ ଅବସରରେ ଏକାଧିକ ମାଇଲଖୁଣ୍ଟ୍ ଅତିକ୍ରମ କରିଥିଲେ। ଇଂଲଣ୍ଡ ପାଳିରେ ୨ଟି କ୍ୟାଚ୍ ନେଇ ଧୋନି ଦିନିକିଆରେ ୩୦୦ କ୍ୟାଚ୍ ନେବାରେ ପ୍ରଥମ ଭାରତୀୟ ଓ୍ଵିକେଟ୍ରକ୍ଷକ ହେବାର ଗୌରବ ପାଇଛନ୍ତି। ୩୨୦ ଦିନିକିଆ ଖେଳିବା ଅବସରରେ ଧୋନି ମଧ୍ୟ ୧୦,୦୦୦ ଦିନିକିଆ ରନ୍ ଅତିକ୍ରମ କରିଥିଲେ। ଯାହାକି ତାଙ୍କୁ ଚତୁର୍ଥ ଭାରତୀୟ ଭାବେ ସଚିନ ତେନ୍ଦୁଲକର (୧୮୪୨୬), ସୌରଭ ଗାଙ୍ଗୁଲି (୧୧,୩୬୩)ଏବଂ ରାହୁଲ ଦ୍ରାବିଡ଼ (୧୦,୮୮୯)ଙ୍କ କ୍ଲବ୍ରେ ସାମିଲ କରିଥିଲା। ଏ କ୍ଷେତ୍ରରେ କୁମାର ସାଙ୍ଗାକାରାଙ୍କ ପରେ ବିଶ୍ୱର ଦ୍ୱିତୀୟ ଓ୍ଵିକେଟରକ୍ଷକ ଏବଂ ଦ୍ୱାଦଶ ବ୍ୟାଟସମ୍ୟାନ୍ ହୋଇଛନ୍ତି। ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ରିକି ପଣ୍ଟିଂ, ବ୍ରାଏନ୍ ଲାରା, ସନଥ୍ ଜୟସୁରିଆ, ଇଞ୍ଜାମାମ ଉଲ୍ ହକ୍, ମାହେଲା ଜୟବର୍ଧନେ, ଜ୍ୟାକ୍ କାଲିସ୍, ତିଲକରତ୍ନେ ଦିଲସାନ୍ଙ୍କ ଭଳି ମହାନ ଖେଳାଳି ରହିଛନ୍ତି। ୩୦୦ କ୍ୟାଚ୍ ଦଖଲରେ ଅଷ୍ଟ୍ରେଲିଆର ଆଦାମ୍ ଗିଲ୍କ୍ରିଷ୍ଟ (୪୧୭), ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର (୪୦୨) ଓ ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୩୮୩)ଙ୍କ ପରେ ଧୋନି ବିଶ୍ୱର ଚତୁର୍ଥ ଓ୍ଵିକେଟ୍ରକ୍ଷକ ହୋଇଛନ୍ତି। ଏହା ପୂର୍ବରୁ ଦିନିକିଆରେ ସର୍ବାଧିକ ଷ୍ଟମ୍ପିଂ (୧୦୭) କରିବାର ବିଶ୍ୱ କୀର୍ତିମାନ ଧୋନିଙ୍କ ନାମରେ ରହିଛି। ସେ ଏକମାତ୍ର ଓ୍ଵିକେଟ୍ ରକ୍ଷକ ଭାବେ ୧୦୦ ଷ୍ଟମ୍ପିଂ ଅତିକ୍ରମ କରିଛନ୍ତି। ତାଙ୍କ ପଛକୁ ସାଙ୍ଗାକାରା (୯୯) ଅଛନ୍ତି। ଧୋନି ଦିନିକିଆ ଆନ୍ତର୍ଜାତିକରେ ଓ୍ଵିକେଟ୍ ପଛରେ ମୋଟ ୪୦୭ ସଫଳତା ପାଇଥିଲା ବେଳେ ସର୍ବାଧିକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ନିକଟରେ ଧୋନି ମଧ୍ୟ ପ୍ରଥମ ଓ୍ଵିକେଟ୍ରକ୍ଷକ ଭାବେ ଟେ୍ଵଣ୍ଟି-୨୦ରେ ୫୦ କ୍ୟାଚ୍ ନେବାର ଗୌରବ ବହନ କରିଥିଲେ। ଚଳିତ ଇଂଲଣ୍ଡ ଗସ୍ତରେ ତୃତୀୟ ଟେ୍ଵଣ୍ଟି-୨୦ରେ ହିଁ ଧୋନି ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଧୋନି ମଧ୍ୟ ଟେ୍ଵଣ୍ଟି-୨୦ରେ ମୋଟ ୮୭ ସଫଳତା (୫୪ କ୍ୟାଚ୍ ଓ ୩୩ ଷ୍ଟମ୍ପିଂ) ହାସଲ କରି ସବୁଠୁ ଆଗରେ ରହିଛନ୍ତି।
ଗିଲ୍କ୍ରିଷ୍ଟ, ବାଉଚର ଓ ସାଙ୍ଗାକାରାଙ୍କ ପରେ ଚତୁର୍ଥ ଧୋନି @ ୧୦,୦୦୦
ପ୍ରଥମ ଭାରତୀୟ ଓ୍ଵିକେଟ୍ରକ୍ଷକ ଭାବେ ନେଲେ ୩୦୦ କ୍ୟାଚ୍
/sambad/media/post_attachments/wp-content/uploads/2018/07/dhoni-getty.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)