ନୂଆଦିଲ୍ଲୀ: ବିଜ୍ଞାପନ ସୁଟିଂ ବେଳେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ରେଟ୍ରୋ ଲୁକ୍ ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି କରିଛି। ଭାରତୀୟ କ୍ରିକେଟ୍ ଦଳର ପୁରୁଣା ଜର୍ସି ପିନ୍ଧି ଧୋନି ଏହି ବିଜ୍ଞାପନଟି ଲାଗି ସୁଟିଂ କରୁଥିବାର ଭିଡିଓ ପଦାକୁ ଆସିବା ପରେ ପ୍ରଶଂସକ ଏହାକୁ ଦେଖି ଏକପ୍ରକାର ପାଗଳ ପ୍ରାୟ ହୋଇଯାଇଛନ୍ତି। ଫାରହା ଖାନଙ୍କ ନିର୍ଦ୍ଦେଶିତ ଏହି ବିଜ୍ଞାପନକୁ ଧୋନିଙ୍କ ପ୍ରଶଂସକ ବି ବେଶ୍ ପସନ୍ଦ କରୁଛନ୍ତି।
ଫାରହା ମଧ୍ୟ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଧୋନିଙ୍କ ଅଭିନୟ ଓ ଲୁକ୍ର କିଛି ଫଟୋ ପ୍ରକାଶ କରିଛନ୍ତି। ଧୋନିଙ୍କ ସହ କାମ କରିବା ଗର୍ବର ବିଷୟ କହି ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ଫାରହା। ଧୋନି ଗତବର୍ଷ ଅକ୍ଟୋବର ମାସରେ ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରି ସାରିଥିଲା ବେଳେ ଏବେ କେବଳ ଆଇପିଏଲ୍ରେ ଖେଳୁଛନ୍ତି। ଆଇପିଏଲ୍ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ବ ନେଉଥିବା ଧୋନି ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍-୨୦୨୧ର ଦ୍ବିତୀୟ ପର୍ଯ୍ୟାୟରେ ନିଜ ଯାଦୁ ଦେଖାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/4f564f654h456fshhhhhhhhhhhhhhhhhhhhhhhhhhh.jpg)