ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ସିରିଜରୁ ବାଦ ପଡ଼ିବା ପରେ ଟେନିସ୍‌ ଚମ୍ପିୟାନ୍‌ସିପ୍‌ରେ ଭାଗ ନେଇ ବିଜୟ ହାସଲ କଲେ ଧୋନି

ଝାଡ଼ଖଣ୍ଡ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଇଂଲଣ୍ଡ ବିପକ୍ଷ ଟି-୨୦ରେ ପ୍ରଦର୍ଶନ ଖରାପ ଥିବାରୁ ତାଙ୍କୁ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ସିରିଜରୁ ବାଦ ଦିଆଯାଇଛି। ଧୋନି କିନ୍ତୁ ନିଜର ନିଆରା କାମ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ଭାରତୀୟ ଟିମରେ ସାମିଲ ଧୋନି ହେବେ।

ଧୋନି ମଙ୍ଗଳବାର ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ସଂଘରେ କଣ୍ଟ୍ରି କ୍ରିକେଟ କ୍ଲବରେ ଆୟୋଜିତ ଏହି ଚାମ୍ପିୟନସିପରେ ଧୋନି ନିଜ ଜୋଡିଦାର ସୁମିତ କୁମାରଙ୍କ ସହ ଟେନିୟ କୋର୍ଟକୁ ଓହ୍ଲାଇଥିଲେ । ଧୋନି ଓ ସୁମିତ ପୁରୁଷ ଯୁଗ୍ମ ବର୍ଗରେ ବ୍ରଜେଶ ଓ ପବନଙ୍କୁ ଭେଟିଥିଲେ । ଧୋନି ସୁମିତ ମିଶି ଆରମ୍ଭରୁ ହିଁ ମ୍ୟାଚ ଉପରେ ଭାରି ପଡିଥିଲେ ଯ ଶେଷରେ ୬-୧, ୬-୧ରେ ଦମଦାର ଜିତ ହାସଲ କରିଥିଲେ । ଲଗାତାର ୨ଟି ସେଟ ଜିତିବା ପରେ ଧୋନିଙ୍କୁ ଶେଷ ସେଟ ଖେଳିବାକୁ ପଡିଲା ନାହିଁ । ତାଙ୍କ ଟିମକୁ ବିଜୟୀ ଘୋଷିତ କରି ଦିଆଗଲା ।

ସମ୍ବନ୍ଧିତ ଖବର