ଭାରତୀୟ ଖେଳାଳିଙ୍କ ଗହଣରେ ଧୋନି

ବର୍ମିଂହାମ: ବିଶ୍ବକପ୍‌ ବିଜେତା ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଇଂଲଣ୍ଡ ବିପକ୍ଷ ଶନିବାର ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଶେଷରେ ଭାରତୀୟ ଖେଳାଳିଙ୍କ ଗହ‌ଣରେ ଦେଖିବାକୁ ମିଳିଥିଲେ। ‌ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଏହି ମ୍ୟାଚ୍‌କୁ ୪୯ ରନ୍‌ରେ ଜିତି ଶୃଙ୍ଖଳା ଆଗୁଆ ୨-୦ରେ କରାୟତ୍ତ କରିଥିଲା। ସଂପ୍ରତି ୱିମ୍ବଲଡନ୍‌ ଓପନ୍‌କୁ ଉପଭୋଗ କରିବା ପାଇଁ ଏଜ୍‌ବାଷ୍ଟରେ ଥିବା ଧୋନି ଏହି ମ୍ୟାଚ୍‌ ପରେ ଈଶାନ କିଶନ ଓ ୟୁଝବେନ୍ଦ୍ର ଚହଲଙ୍କୁ ଭେଟି ଆଲୋଚନା କରିଥିଲେ। ସେ ମଧ୍ୟ ୱିକେଟ୍‌ରକ୍ଷକ ଋଷଭ ପନ୍ତଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଡ୍ରେସିଂ ରୁମ୍‌ରେ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ସହ ଏହି ମହାନ ଅଧିନାୟକଙ୍କ ସାକ୍ଷାତର ଫଟୋକୁ ବିସିସିଆଇ ଓ ପନ୍ତ ଟ୍ବିଟର୍‌ ପୃଷ୍ଠାରେ ପୋଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର